ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବିରେ କେସିଙ୍ଗା ଟେଣ୍ଟ, ଲାଇଟ୍, ଫ୍ଲାୱାର ଆଣ୍ଡ ଡିଜେ ସଂଘ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

କେସିଙ୍ଗା, (ପ୍ରୀତେଶ ପଟେଲ) : କଲିକତାର ଏକ ଘରୋଇ ଡାକ୍ତରଖାନାରେ ଟ୍ରେନିଂ ନେଉଥିବା ଜଣେ ଯୁବ ମହିଳା ଡାକ୍ତରଙ୍କୁ ଗଣ ବଳାତ୍କାର ପରେ ବିଭତ୍ସ ହତ୍ୟା କରାଯିବାକୁ ନେଇ ସାରା ଦେଶରେ ଓ ବିଶ୍ଵରେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରତିବାଦ ଓ କ୍ୟାଣ୍ଡେଲ ଶୋଭାଯାତ୍ରା ଜାରି ରହିଛି । ଏହି ଘଟଣାକୁ କେନ୍ଦ୍ର କରି ମଙ୍ଗଳବାର କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଟେଣ୍ଟ, ଲାଇଟ୍, ଫ୍ଲାୱାର ଆଣ୍ଡ ଡିଜେ ସଂଘ ପକ୍ଷରୁ ସଭାପତି ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ କେସିଙ୍ଗା ବ୍ଲକ୍ ସମ୍ମୁଖରେ ଦିନ ୧୦ଟାରୁ ଏକ ପ୍ରତିବାଦ ସଭା କରି ବସି ରହିଥିଲେ । କେବଳ ମୌମିତା ନୁହେଁ ଯେଉଁ ମହିଳା ମାନେ ବଳାତ୍କାର ଓ ଅମାନୁଷିକ ନିର୍ଯ୍ୟାତନାରେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କୁ ନ୍ୟାୟ ଦାବି ନେଇ ମହିଳା ଓ ମୌମିତାଙ୍କ ଆତ୍ମାର ଶାନ୍ତି ପାଇଁ କେସିଙ୍ଗା ପୋଲିସ ଷ୍ଟେସନ ଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ଟେଣ୍ଟ, ଲାଇଟ୍, ଫ୍ଲାୱାର ଆଣ୍ଡ ଡିଜେ ସଂଘ ସହିତ ସଚେତନ ନାଗରିକ, ବୁଦ୍ଧିଜୀବୀ, ମହିଳା ସଂଗଠନ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ସାମିଲ ହୋଇ ଘଟଣାକୁ ଦୃଢ଼ ବିରୋଧ କରିବା ସହ ଦୋଷୀ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.