csstore

ଗଞ୍ଜାମ ଜିଲ୍ଲାର ଚିକିଟି ଅଞ୍ଚଳରେ ମଦ ମୃତ୍ୟୁ ମାମଲା ରାଜରାସ୍ତା ତେଜିଲା ଆନ୍ଦୋଳନ

  • ରାଜରାସ୍ତାରେ ପରିବାର ଓ ଗ୍ରାମବାସୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଚିକିଟି ପେଣ୍ଠ ଅଞ୍ଚଳରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨୩ ଜଣରୁ ଅଧିକ ଲୋକ ଅସୁସ୍ଥ ହୋଇଥିବାର ଜଣାପଡିଛି । ତନ୍ମଧ୍ୟରୁ ୧୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ମୃତକଙ୍କ ପରିବାର ଲୋକଙ୍କୁ ୨୦ ଲକ୍ଷ କ୍ଷତିପୂରଣ ଏବଂ ଅସୁସ୍ଥ ପରିବାରଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପାଇଁ ବିଜେଡି ସଙ୍ଗଠକ ସୁରେନ୍ଦ୍ର ମଣ୍ଡଳ ଦାବୀ କରିଛନ୍ତି । ଚିକିଟି-ପେଣ୍ଠରେ ମୃତଦେହ ରସ୍ତା ଉପରେ ରଖି ଜନତା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ’ ଚିକିଟି ପେଣ୍ଠ ଜେନାପୁର ଓ କରବାଲୁଆ ଗ୍ରାମର କିଛିଲୋକ ମାଉନ୍ଦପୁର ଯାଇ ଦେଶୀ ବିଶାକ୍ତ ମଦ ପିଇଥିଲେ । ଯାହା ଫଳରେ ୨୩ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ବେଳେ ୧୬ ଜଣ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଗତକାଲି ଜୁର ବେହେରାର ମୃତ୍ୟୁ ହୋଇଥିଲା । ମୃତକର ଶବ ବ୍ୟବଚ୍ଛେଦ ପରେ ମହାପ୍ରୟାଣ ଗାଡ଼ିରେ ଶବ ଗାଁରେ ପହଞ୍ଚିବା ପରେ ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଚିକିଟି-ପେଣ୍ଠ ମୁଖ୍ୟରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି, ଉତ୍ୟକୁ ଲୋକଙ୍କୁ ପୋଲିସ ପ୍ରଶାସନିକ ଅଧିକାରୀ ବୁଝାଶୁଝା କରି ବିଫଳ ହୋଇଛି, ସ୍ଥାନୀୟ ପ୍ରଶାସନିକ ଅଧୂକାରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି, ଉତ୍ତ୍ୟକ୍ତ ଲୋକେ କ୍ଷତି ପୂରଣ ଦାବିରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆନ୍ଦୋଳନରେ ଆଡି ବସିଛନ୍ତି ।

jayashree
Leave A Reply

Your email address will not be published.