ବରିଷ୍ଠ ନାଗରିକ ମଞ୍ଚ ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ବରିଷ୍ଠ ନାଗରିକ ମଞ୍ଚ ତରଫରୁ କେରାଣ୍ଡିତୋଳା ନାରାୟଣପୁର ଗ୍ରାମରେ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ମଞ୍ଚର ସଭାପତି ନରହରି ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଟାଙ୍ଗଣାପଲ୍ଲୀ ଅଞ୍ଚଳର ବୟୋଜ୍ୟେଷ୍ଠ ପ୍ରଧାନ ଶିକ୍ଷକ ଲକ୍ଷ୍ମୀନାରାୟଣ ଶତପଥି ମୁଖ୍ୟଅତିଥି ରୂପେ ଯୋଗଦେଇ ବରିଷ୍ଠ ବ୍ୟକ୍ତିମାନେ ଶେଷ ଜୀବନରେ ଭଗବତ୍ ଚିନ୍ତାକରି, ଭଜନ କୀର୍ତ୍ତନ କରି ଜୀବନ ଅତିବାହିତ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ରୂପେ ମଞ୍ଚର ଉପଦେଷ୍ଟା ତଥା ଅବସର ପ୍ରାପ୍ତ ଶିକ୍ଷକ କୋରା ମହାରଣା, ଅବସର ପ୍ରାପ୍ତ ଷ୍ଟେଟବ୍ୟାଙ୍କ ମ୍ୟାନେଜର ଗଦାଧର ରାଉଳ, ଗଂଜାମ ଜିଲ୍ଲା ଶିକ୍ଷକ ମହାସଂଘ ସଂପାଦକ ଅଶୋକ କୁମାର ଦଳାଇ ଯୋଗ ଦେଇ ବରିଷ୍ଠ ମାନେ ନିଜର ଶରୀର ପ୍ରତି ଧ୍ୟାନ ଦେଇ ସମାଜକୁ ଦିଗ୍ ଦର୍ଶନ ଦେବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ରୂପେ ମଞ୍ଚର ସଂଯୋଜକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରୋଟାରିଆନ୍ କାମରାଜୁ ମହାରଣା ବରିଷ୍ଠ ନାଗରିକ ଦିବସ ପାଳନର ଉଦ୍ଦ୍ୟେଶ ଓ ଲକ୍ଷ ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଏହି ଅବସରରେ ନିକଟସ୍ଥ ଗ୍ରାମ ଗୁଡିକର ବରିଷ୍ଠ ନାଗରିକ ରାମଚନ୍ଦ୍ର ଦାଶ, ଭାସ୍କର ପ୍ରଧାନ (ଟାଙ୍ଗଣା ପଲ୍ଲୀ ) ମୂରଲୀ ଧର ସ୍ୱାଇଁ (ହୁଗୁଳାପଟା ଅବସରପ୍ରାପ୍ତ ଶିକ୍ଷକ) ସୁରେନ୍ଦ୍ର ସ୍ୱାଇଁ, ରାମହରି ସ୍ୱାଇଁ (ରାମପଲ୍ଲୀ)ଙ୍କୁ ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରା ଯାଇଥିଲା । ମଞ୍ଚର ସଂପାଦକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ସଂପାଦକୀୟ ବିବରଣୀ ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଘନଶ୍ୟାମ ପ୍ରଧାନ, ଅନିଲ କାନ୍ତ ମହାରଣା, ଲକ୍ଷ୍ମଣ ସାହୁ, ଈଶ୍ୱର ପ୍ରଧାନ ଗଜେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.