ଚନ୍ଦନଭାଟିନେ ବି ଭାରତ୍‌ ବନ୍ଦ ପାଳନ

ଚନ୍ଦନଭାଟ, (କେପିଏନ୍‌ଏସ୍‌) : ଭାରତ ସରକାର ଏସ୍‌ସି, ଏସ୍‌ଟି ସଂରକ୍ଷଣ କୁଟାକେ ଉଠେଇ ଦେବାର ଲାଗି ଲାଗିଥିବାର୍ ବେଲକେ ଆଦିବାସୀ, ହରିଜନ ଏକତା ମଞ୍ଚ ଆଏଜ୍ ଭାରତ ବନ୍ଦ ଡାକରା ଦେଇ ଗାଁନୁ ସହର ସାରା ଭାରତ୍ ଦେଶ୍ ଥି ବନ୍ଦ୍‌ ପାଳନ କରୁଛେ । ଇଟା ଆଦିବାସୀ ହରିଜନ ମାନକର୍ ଜୀବନ୍ ସାଂଗେ ଖେଲ୍ ଖେଲୁଛେ ବଲି ଭିନେ ଭିନେ ମହଲ୍ ଥି ପ୍ରତିକ୍ରିୟା ପ୍ରକାଶ ପାଇଛେ । ଭାରତ୍ ସ୍ଵାଧୀନ ହେବାର ଆଘରୁ ଇ ସମ୍ବିଧାନ ରହି ଆସିଥିବାର୍ ବେଲକେ ଇ ସମ୍ବିଧାନ୍‌କେ ହାତ୍ ମାରବାର୍ ଟା ସରକାରକେ ମହଂଗା ପଡବା ବଲି ଭିନେ ଭିନେ ଲୁକର୍ ନୁ ଶୁନବାର୍‌କେ ମିଲୁଛେ । ଜଦି ସେ ଆଏବାର୍ ଦିନେ ପ୍ରତ୍ୟାହାର ନାଇଁ କରୁଛନ୍‌ । ତାହେଲେ ସଂସଦ୍‌କେ ବି ଜାଲିଦେବାର୍ ଧମକ୍ ଦିଆଯାଉଛେ । ଆଏଜ୍ ବଲାଙ୍ଗିର ସଦର ବ୍ଲକ ଚନ୍ଦନଭାଟି ଗାଁ ଥି ବି ଟାଏର୍ ଜଲେଇ କରି ଶହ ଶହ ଆଦିବାସୀ ହରିଜନ ଲୋକ୍ ଠୋଲ୍ ହେଇକରି ଚକା ବନ୍ଦ୍ କରିଛନ୍ । ଜରୁରୀ ଥିବାର୍ ଲୋକକୁ ଛାଡି ଦେଇକରି ବାକି ଗାଡି ମଟର୍, ଦୁକାନ୍ ବଜାର୍ ସବୁକେ ବନ୍ଦ୍‌ କରିଥିବାର୍ ଦେଖବାକେ ମିଲିଛେ । ବାଲିଚରଣ ବାରିକ ଆର୍ ଶାନ୍ତନୁ ଧରୁଆ ଇଥିର୍ ମଂଗ୍ ଧରିକରି ଆଦିବାସୀ ହରିଜନ ବଚାଓ ଅଭିଯାନର ସ୍ଲୋଗାନ୍ ଦେଇଥିଲେ ।

Leave A Reply

Your email address will not be published.