oom

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ୪୦ତମ ପ୍ରତିଷ୍ଠା ଦିବସ ପାଳନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ଆଜି ତାର ୪୦ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ନୃସିଂହନାଥ ସ୍ଥିତ ଭାଗବତ ତତ୍ତ୍ଵ ଯୋଗାଶ୍ରମରୁ ଏକ ଭବ୍ୟ ବିରାଟ ଶୋଭାଯାତ୍ରାରେ ମହାତ୍ମା ଗାନ୍ଧୀ ସମାଧି ପୀଠରେ ବିରବାଦ୍ୟ ପଞ୍ଚବାଦ୍ୟ ଓ ସଂକୀର୍ତ୍ତନ ଦଳର ତାଳେ ତାଳେ ବିଭିନ୍ନ ନାରା ଦେଇ ପହଞ୍ଚିଥିଲେ । ଗାନ୍ଧୀ ସମାଧି ପୀଠରେ ୪୦ତମ ପ୍ରତିଷ୍ଠା ଦିବସ ଅବସରରେ ସଂଗ୍ରାମୀଙ୍କ ଦ୍ଵାରା ୪୦ଟି ପ୍ରଦୀପ ପ୍ରଜ୍ୱଳନ କରିବା ପରେ ଏକ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାକୁ ପୂର୍ବତନ ଆବାହକ ଧିରେନ୍ ମହାନ୍ତି ପରିଚାଳନା କରିଥିଲେ । ସର୍ବପ୍ରଥମେ ଗାନ୍ଧୀ ସମାଧି ପୀଠରେ ପୂଜାର୍ଚ୍ଚନା କରି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନର ସଂଗ୍ରାମୀ ସ୍ୱର୍ଗତ ରାୟାଧର ଲୁହାର, ଘାସିରାମ ମଲ୍ଲିକ, ପୁରୁଷୋତ୍ତମ ସାହୁ, ରୁଦନା ଭୋଇ ପ୍ରମୁଖ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ହରିଶଙ୍କର ଅଞ୍ଚଳରୁ ଆସୁଥିବା ଗନ୍ଧମାର୍ଦ୍ଦନ ସୁରକ୍ଷା ଆନ୍ଦୋଳନ ମଶାଲ ଶୋଭାଯାତ୍ରା ଦଳକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି ବୈଠକରେ ଗନ୍ଧମାର୍ଦ୍ଦନ ସୁରକ୍ଷା ନେଇ ସଂକଳ୍ପ ନିଆଯିବା ସହ କେତେକ ବିଧିବଦ୍ଧ କାର୍ଯ୍ୟଖସଡ଼ା ରୂପରେଖ ପ୍ରସ୍ତୁତି ନିଆ ଯାଇଥିଲା । ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ବୈଠକରେ ଗନ୍ଧମାର୍ଦ୍ଦନ ପାହାଡ଼ର ସ୍ଥାୟୀ ସୁରକ୍ଷା, ବନଔଷଧି ସଂଗ୍ରହାଳୟ, ବିଶ୍ଵବିଦ୍ୟାଳୟ ସ୍ଥାପନ, ପଶ୍ଚିମ ଓଡିଶା ବିକାଶ ପରିଷଦ କାର୍ଯ୍ୟାଳୟ ପଶ୍ଚିମ ଓଡିଶାରେ ସ୍ଥାପନ, ଗନ୍ଧମାର୍ଦ୍ଦନ ଏକୋଟୁରିଜମ୍‌ ଜୋନ୍‌ ଘୋଷଣା, ଗନ୍ଧମାର୍ଦ୍ଦନ ପାହାଡ଼ର ଶ୍ରୀ ନୃସିଂହନାଥ ଓ ହରିଶଙ୍କରକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ଆଦି ପ୍ରସ୍ତାବ ନେଇ ଦାବୀ କରାଯାଇଛି । ଏହି ବୈଠକରେ ଭୁବନେଶ୍ୱରର ଦେବୀପ୍ରସାଦ ପୃଷ୍ଠି , ଅଭୟ ତ୍ରିପାଠୀ, ଶତୃଘ୍ନ ନାୟକ, ଗଜରାଜ ନାଗ, ପୂର୍ବତନ ଆବାହକ ଦିଲ୍ଲୀପ ବେହେରା , ସୁରେଶ ପ୍ରଧାନ, ଭିଷ୍ମଦେବ ପଟେଲ, ରଘୁବୀର ସିଂ ବରିହା, ବିନୋଦ ବାଗ, ଗମ୍ଭୀର ବାଗ, ଗଙ୍ଗାଧର ସାହୁ, କୈଳାସ ଦିଶ୍ରୀ, ରିକ୍ମଣ ସେଠ୍, ରାଜେନ୍ଦ୍ର ସେଠ୍, ମଞ୍ଜୁରୀ ପଟେଲ, ଭାମା ଯୁଆଡି, ମୀନା ବାରିକ, ଜାହ୍ନବୀ ପଟ୍ଟନାୟକ, ଘନସି ତାଣ୍ଡି, ସୂର୍ଯ୍ୟ ପଟେଲ, ପ୍ରତିମା ବଗାର, ରାଜକୁମାରୀ ବାରିକ, ଉର୍ମିଳା ପ୍ରଧାନ, ଓଁକାନ୍ତି ସାହୁ, ସୁଷମା ବାରିକ, ଜମ୍ୱୋବତୀ ବିଜରା, ଅଲେଖ ଧରୁଆ, ପାନ ଭଇଁଷା, ଗୋବିନ୍ଦ ବନଛୋର, ଲକ୍ଷ୍ମୀଧର ନିଆରୀ, ବିପିନ ବାରିକ, ସୁରେଶନ ଭୋଇ, ଦୟାନନ୍ଦ ମାଝୀ, ହେମନ୍ତ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ଏହି ବୈଠକରେ ଯୁଗ୍ମ ଆବାହକ ସୁଶିଲ ଗୁରୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.