csstore

ବଙ୍ଗୋମୁଣ୍ଡାରେ ବ୍ଲକସ୍ତରୀୟ ୭୮ତମ ସ୍ଵାଧିନତା ଦିବସ ପାଳିତ

ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) – ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସର୍ବସାଧାରଣ ଖେଳପଡ଼ିଆ ଠାରେ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷା ରଞ୍ଜୁବାଳା ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ ସହିତ ପ୍ୟାରେଡ୍‌ର ଅଭିବାଦନ ଗ୍ରହଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବଙ୍ଗୋମୁଣ୍ଡା ବିଡ଼ିଓ ବାସନ୍ତି ସେଠୀ, ତହସିଲଦାର୍‌ ଜ୍ୟୋସ୍ନା ମାଝୀ, ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ଥାନା ଅଧିକାରୀ ସଂଜୀବ ପଧାନ, ବିଇଓ ବୈକୁଣ୍ଠନାଥ ଶବର, ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲ, ଥବିରଚନ୍ଦ୍ର ବାଗ ନରସିଂହ ଥନାପତି, ସୁଶୀଲ ସିନ୍ଦୁର, ସୁରେଶ ଭୋଇ, ମହେଶ ଜୈନ, ସନ୍ତୋଷ ତ୍ରିପାଠୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ । ଡ଼.ନାରାୟଣ ମିଶ୍ର ସଭା ସଂଯୋଜନା କରିଥିଲେ । ଆୟୋଜକ କମିଟିର ସଭାପତି ମଣ୍ଟୁ ସରାଫ ସଭାପତିତ୍ୱରେ ସଭା ପରିଚାଳିତ ହୋଇଥିଲା ଏବଂ ପରିଶେଷରେ ସମ୍ପାଦକ ଚିଣ୍ଟୁ ପୁଟେଲ ଧନ୍ୟବାଦ ଅର୍ପଣ କରିଥିଲେ । ବିଜେତା ମାନଙ୍କୁ ପୁରସ୍କାର ଅତିଥି ଗଣମାନେ ପ୍ରଦାନ କରିଥିଲେ ମାରାଥନ ରେସ, ବାର୍ଷିକ ମାଟ୍ରିକ ପରୀକ୍ଷାରେ ଅଧିକ ମାର୍କ ରଖିଥିବା ୩ଜଣ ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ୧୫ଗୋଟି ଅନୁଷ୍ଠାନର ଜନସାଧାରଣ ଯୋଗଦାନ ଦେଇଥିଲେ । ଏଥିରେ କିରଟି ସାହୁ, ବାଲା ସାହୁ, ପିଙ୍କୁ ସାହୁ, ଶ୍ରୀମାନ ସାସମଲ, ରାଜା ସତନାମୀ, ଦୟା ରଣା, ସୀତାକାନ୍ତ ମାଝୀ, ଯଯାତି ସିନ୍ଦୁର, ଦିବ୍ୟ ନାଏକ, ସୁରଜ ଅଗ୍ରୱାଲ, ବାଳକୃଷ୍ଣ ଭାଟି, ଦୈତାରି ଯୁଗ୍ନିଆ ପ୍ରମୁଖଙ୍କ ସମେତ ସ୍ୱାମୀ ବିବେକାନନ୍ଦ ପାଠାଗାର ଏଥେଲେଟିକ ସଂଘ ଓ ବ୍ଲକ କର୍ମଚାରୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.