oom

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ସ୍ଥିତ ୟୁଥ୍ କ୍ଳବ୍ ସଭାପତି ରଞ୍ଜନ ପଣ୍ଡା ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ସମସ୍ୟାକୁ ନେଇ ଭୁବନେଶ୍ୱର ରାଜ୍ୟ ଅତିଥି ଭବନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିବା ସହ ଅନେକ ସମୟ ଆଲୋଚନା କରିଥିଲେ । ଦୀର୍ଘ ବର୍ଷ ହେବ ଗାଇସିଲେଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଭିନ୍ନ ସମସ୍ୟା ରହିଛି । ଯାହାର ସମାଧାନ ପାଇଁ ଅଞ୍ଚଳ ବାସି ଅନେକ ଥର ନେତା ମନ୍ତ୍ରୀଙ୍କୁ ଅନୁରୋଧ କରିବ ସହ ବିଭିନ୍ନ ସମୟରେ ଆନ୍ଦୋଳନ କରିଆସିଛନ୍ତି । ହେଲେ ଏ ଯାଏ କୌଣସି ପ୍ରକାର ସମସ୍ୟାର ସମାଧାନ ହୋଇନାହିଁ । ଏଣୁ ଏହାକୁ ଆଖି ଆଗରେ ରଖି ଗାଇସିଲେଟ ଅଞ୍ଚଳର ଜଣା ଶୁଣା ସମାଜସେବୀ ରଞ୍ଜନ ପଣ୍ଡା ଭୁବନେଶ୍ୱର ଯାଇ ମନ୍ତ୍ରୀ ମହାଶୟଙ୍କ ସହିତ ଆଲୋଚନା କରିଛନ୍ତି ତେବେ ଖୁବ୍ ଶୀଘ୍ର ଏହି ସମସ୍ୟାର ସମାଧାନ କରିବା ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ବେଳେ ଏଭଳି କାମ ପାଇଁ ରଞ୍ଜନ ପଣ୍ଡାଙ୍କୁ ଅଞ୍ଚଳ ବାସୀ ଖୁବ୍ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.