oom

ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର,(କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ୍‌ ଘଷିଏନ ନିକଟସ୍ଥ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଶୁଭ କରକାମଳରେ ନିଃଶୁଳ୍କ ସ୍ୱାସ୍ଥ୍ୟ ସେବା ଶିବିର ଉଦଘାଟନ ହୋଇଥିଲା । ଏହି ସ୍ୱାସ୍ଥ୍ୟ ଶିବିରରେ ଡ଼.ସୁଜ୍ଞାନେନ୍ଦ୍ର ମିଶ୍ର, ଡ଼.ପୁଷ୍ପାଞ୍ଜଳି ମିଶ୍ର, ଡ଼.ସ୍ୱାଧୀନ କୁମାର ମିଶ୍ର, ଡ଼. ସବ୍ୟସାଚୀ ସ୍ୱାଇଁ, ଡ଼.ପୂଜା ପଟ୍ଟନାୟକ ପ୍ରମୁଖ ଲୋକଙ୍କୁ ଘସିଏନ ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିସରରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର। ସ୍ୱାସ୍ଥ୍ୟ ଚିକିତ୍ସା ପ୍ରଦାନ କରିଥିଲେ । ରୋଗୀମାନଙ୍କୁ ନିଃଶୁଳ୍କ ଔଷଧ ବିତରଣ କରାଯାଇଥିଲା । ଶିବିରରେ ୫ଶହରୁ ଅଧିକ ପୁରୁଷ, ମହିଳା, ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଇଥିଲା । ପଦ୍ମାଦେବୀ ପବ୍ଲିକ ସ୍କୁଲ ପରିଚାଳନା କମିଟି କତ୍ତୃପକ୍ଷ ଦର୍ପଗଞ୍ଜନ ପଟ୍ଟନାୟକ, ଶ୍ରୀମତୀ ମୀନା ପଟ୍ଟନାୟକ, ପିଣ୍ଟୁ ଅଗ୍ରୱାଲ, ସ୍କୁଲର ଅଧ୍ୟକ୍ଷ, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀମାନେ ଶିବିର କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସାଂସଦ ଶ୍ରୀ ବିଶି ଶିବିର ପରିଚାଳନା କମିଟିକୁ ଉତ୍ସାହିତ କରି କହିଥିଲେ ଯେ ମାନବ ସେବା ହିଁ ମାଧବ ସେବା, ସ୍ୱାସ୍ଥ୍ୟ ହିଁ ସମ୍ପଦ ମାଗଣା ସ୍ୱାସ୍ଥ୍ୟ ସେବା ହେଉଛି ମହାନ ସେବା ବିକଶିତ ଏବଂ ସରସ ସୁନ୍ଦର ଦେଶ ଗଠନ ପାଇଁ ଲୋକଙ୍କ ଶରୀର ସୁସ୍ଥ ଶବଳ ରହିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ ।

jittmm
Leave A Reply

Your email address will not be published.