ଆର୍ଜିପଲ୍ଲୀ ହାଇସ୍କୁଲ କୋଠା ଛାତରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଆର୍ଜିପଲ୍ଲୀ ମେରାଇନ୍ ଥାନା ଅନ୍ତର୍ଗତ ସାନ-ଆର୍ଜିପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି । ଉକ୍ତ ଗ୍ରାମର ଭେଷଜ କୁମାର ନାୟକ (ସିମାଞ୍ଚଳ) (୨୧)ର ଗତକାଲି ରାତିରେ ଆର୍ଜିପଲ୍ଲୀ ହାଇସ୍କୁଲ ଛାତରୁ ପଡ଼ି ମୃତ୍ୟୁ ହୋଇଛି । ଏହି ଖବର ହାଇସ୍କୁଲ ରାତ୍ର ଜଗୁଆଳି ମୋହନ ସାହୁ ମେରାଇନ୍ ଥାନାକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଗୁରୁତର ଭେଷଜଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଛତ୍ରପୁର ମେଡ଼ିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ଭେଷଜଙ୍କୁ ମୃତ ଘୋଷଣା କରିଥିଲେ । ବିଳମ୍ବିତ ରାତି ହୋଇଯାଇ ଥିବାରୁ ଆଜି ସକାଳେ ମେରାଇନ୍ ଥାନା ଅଧିକାରୀ ବିଦ୍ୟଭାରତୀ ନାୟକ ନିଜେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି କରିବା ସହ ଘଟଣାର ତଦନ୍ତ କରୁଛନ୍ତି । ଅନ୍ୟପକ୍ଷରେ ମୃତକଙ୍କ ପରିବାର ଲୋକ ତାଙ୍କ ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । ପରିବାର ଲୋକେ ଦେଇଥିବା ଏତଲାକୁ ଗ୍ରହଣ କରି ମେରାଇନ୍ ପୋଲିସ ତଦନ୍ତ ଚଳାଇଥିବା କୁହାଯାଇଛି ।

Leave A Reply

Your email address will not be published.