ପାଇକମାଲରେ କୌଶଳ ରଥକୁ ସ୍ୱାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଓଡ଼ିଶା ସରକାରଙ୍କ ଦ୍ୱାରା ଚାଳିଥିବା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର କୌଶଳ ରଥକୁ ଶନିବାର ସକାଳ ୧୦ଟା ସମୟରେ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିସରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏଥିରେ ଓଡ଼ିଶା ସରକାରଙ୍କ ଦ୍ୱାରା କୌଶଳ ବିକାଶର ତାଲିମ ପ୍ରାପ୍ତ ଛାତ୍ରୀମାନେ ଓ ପାଇକମାଲର ଶିକ୍ଷା ବିଭାଗୀୟ ଅଧିକାରୀ ରାଧେଶ୍ୟାମ ମେହେର, ଧଲେନ୍ଦ୍ର କୁମାର ବାରିକ, ବିଦ୍ୟୁତ ପ୍ରଭା ସାହୁ, ନିର୍ମଳ ଗିରି, ସଂଜୀବ ଦାଶ, ସୁଚରିତା ପଣ୍ତା, ଯଶୋବନ୍ତୀ ଭୋଇ, ଗୋବର୍ଦ୍ଧନ ଅଗ୍ରୱାଲ, କୈଳାଶ ଦିଶ୍ରୀ, ରାଜେନ୍ଦ୍ର ସେଠ, ଦିବ୍ୟ ହଂସ ଓ ମାତୃନିକେତନର ଅନ୍ତୋବାସୀ ଉପସ୍ଥିତ ଥିଲେ । ଦକ୍ଷତା ବିକାଶର ପ୍ରଚାର ପ୍ରସାର ନିମେନ୍ତ ମାତୃ ନିକେତନ ଠାରେ ଏକ କ୍ଷୁଦ୍ର ନାଟିକା ଦ୍ୱାରା ଦକ୍ଷତା ବିକାଶ ଉପରେ ସମାଜରେ ଲୋକେ କିପରି ଲାଭାନ୍ୱିତ ହେବେ ସେ ନେଇ କ୍ଷୁଦ୍ର ନାଟିକାରେ ପ୍ରଦର୍ଶିତ ହୋଇଥିଲା । ଏହା ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ହୋଇଥିଲା ।

Leave A Reply

Your email address will not be published.