ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରେନି ଡ଼ାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ବଲାଙ୍ଗିରରେ ବି ତେଜିଲା ଡ଼ାକ୍ତରୀ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ । କୋଲକତାର ଟ୍ରେନି ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଡ଼ାକ୍ତରୀ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିଥିବା ଦେଖିବାକୁ ମଳିଛି । ଜରୁରୀକାଳୀନ ରୋଗୀ ସେବାକୁ ଛାଡ଼ି ଦେଲେ ସବୁ କିଛି ବନ୍ଦ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଆଜି ନିହାତି ଭାବରେ ଆମର ଏହି ଆନ୍ଦୋଳନରେ ରୋଗୀଙ୍କ ପାଇଁ ଅବହେଳା ହେବ । ଏଥିପାଇଁ ଆମେ ଦୁଖିଃତ, କିନ୍ତୁ ଆମ ଦୀବୀ ବି ପୂରଣ ହେବା ନିହାତି ଜରୁରୀ, କାରଣ ଆମେ ରୋଗୀଙ୍କ ପାଇଁ ହିିଁ କାମ କରୁଛୁ, ଆଉ ଆଗକୁ ବି କାମ କରିବୁ । ତେଣୁ କରି ଯେତେ ଶୀଘ୍ର ହେବ ଆମ ଦାବୀ ପୂଣ କରି ଟ୍ରେନି ଡ଼ାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ କରାଯାଉ ବୋଲି ଡ଼ାକ୍ତରୀ ଛାତ୍ରଛାତ୍ରୀମାନେ କହିଛନ୍ତି ।

Leave A Reply

Your email address will not be published.