
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ସେଞ୍ଚୁରିଅନ୍ ବିଦ୍ୟାଳୟ (ଜେ. ଆଇ. ଟି. ଏମ୍) ପରିସରରେ ୭୮ତମ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ. ପ୍ରଦୀପ ଷଡ଼ଙ୍ଗୀ ସକାଳ ୯.୧୫ରେ ପତାକା ଉତ୍ତୋଳନ କରିଥିଲେ, ତାଙ୍କରି ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସମ୍ପାଦିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ (ଜେ. ଆଇ. ଟି.ଏମ୍) ସି. ଏଚ୍. ଏସ୍.ଇ ବିଭାଗର ଅଧ୍ୟକ୍ଷ ଡ. ଅନଙ୍ଗ ଉଦୟ ନାଏକ, ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା, ସେଞ୍ଚୁରିଅନ୍ ବିଦ୍ୟାଳୟର ଅଧ୍ୟକ୍ଷ ତମାଳ ଚକ୍ରବର୍ତ୍ତୀ, ଉପାଧ୍ୟକ୍ଷା ଡ. ପୁଣ୍ୟତୋୟା ବିଶ୍ୱାଳ, ଫର୍ମାସୀ ବିଭାଗର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ବି.ଏସ୍.ସି ବିଭାଗର ଅଧ୍ୟକ୍ଷ ସୋମନାଥ ଷଡ଼ଙ୍ଗୀ, ନର୍ସିଂ ବିଭାଗର ଉପାଧ୍ୟକ୍ଷା ଶ୍ରୀମତୀ ପ୍ରତିମା ମିଶ୍ର ପ୍ରଭୃତି ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳ ହେବା ପାଇଁ ମାର୍ଗପ୍ରଦର୍ଶନ କରିଥିଲେ । ଅତିଥି ମାନେ ବକ୍ତବ୍ୟ ପ୍ରଦାନ କରିସାରିଲା ପରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସ୍ୱାଧୀନତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରଦର୍ଶନରେ ସେଞ୍ଚୁରିଅନ୍ ବିଦ୍ୟାଳୟ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜିଲ୍ଲାସ୍ତରୀୟ ପ୍ୟାରେଡ୍ ପ୍ରଦର୍ଶନରେ ବିଦ୍ୟାଳୟର ଏନ୍. ସି. ସି ଦଳ, ଜୁନିଅର ରେଡ୍କ୍ରସ୍ ଦଳ ଓ ବିଦ୍ୟାଳୟର ସିଭିଲିଆନ୍ ଦଳ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗର୍ବ ଓ ଗୌରବ ଆଣିପାରିଛି । ଛାତ୍ରଛାତ୍ରୀଙ୍କ ଏହି ଉତ୍ତମ ପ୍ରଦର୍ଶନ ପଛରେ ବିଦ୍ୟାଳୟର ପ୍ରଶିକ୍ଷକ ଓ ପ୍ରଶିକ୍ଷିକା କ୍ରିଷ୍ଣା ମୟୀ ଭଇଁସାଲ, ଚନ୍ଦ୍ରଶେଖର ସେଠ, ସ୍ନିଗ୍ଧାରାଣୀ ହୋତା, ଶୁଭ୍ରାଂଶୁ ଚୋପଦାରଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ବୋଲି ଛାତ୍ରଛାତ୍ରୀ ମାନେ ମତ ପ୍ରଦାନ କରିଛନ୍ତି । ବାସ୍ତବରେ ବିଦ୍ୟାଳୟର ଏହି ଉପଲବ୍ଧି ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ।