ବାଙ୍ଗଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ

ଭଦ୍ରକ, (କମଳ ଲୋଚନ ପଣ୍ଡା) : ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣର ପ୍ରତିବାଦ । ପ୍ରତିବାଦ କଲେ ଭଦ୍ରକ ସହରର ମହାବୀର ନଗରର ଅଧିବାସୀ । ମହାବୀର ନଗରର ଛୋଟରୁ ବଡ଼ ପର୍ଯ୍ୟନ୍ତ ସମସ୍ତ ଅଧିବାସୀ ପ୍ରତିବାଦ ପୂର୍ବକ ସହରରେ ଶୋଭଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖକୁ ଆସିଥିଲେ । ବାଂଲାଦେଶରେ ହିନ୍ଦୁ ମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯାଇଛି । ମଠ ଓ ମନ୍ଦିରରେ ନିଆଁ ଲଗାଇବା ସହ ହିନ୍ଦୁଙ୍କୁ ଅକଥନୀୟ ଯାତନା ସହ ହତ୍ୟା ଭଳି ସଙ୍ଗୀନ ଘଟଣା ଘଟୁଛି । ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ନିଆଁ ଲଗାଇ ଦେଉଥିବା ଦେଖିବାକୁ ମିଳିଛି । ଓଡିଶା ମାଟିରୁ ରୋହିଜ୍ଞା ବାଂଲାଦେଶୀଙ୍କୁ ବିତାଡିତ କରିବା ପାଇଁ ଦାବି ରଖିଛନ୍ତି ମହାବୀର କଲୋନୀର ବାସିନ୍ଦାମାନେ । ବାଙ୍ଗଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବାର ଆବଶ୍ୟକତା ରହିଛି ତେଣୁ ସରକାର ଏହି ମାମଲା ଉପରେ କଡା ପଦକ୍ଷେପ ନେବା ଆବଶ୍ୟକ ବୋଲି ନିର୍ମଳ ବେହୁରିଆ କହିଛନ୍ତି ।

Leave A Reply

Your email address will not be published.