କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବିଡିଓଙ୍କ ଫୋନ୍‌ ନମ୍ବର ହ୍ୟାକ୍‌

  • ପିଏମ୍‌ କିଷାନ ଆପ୍‌ ଇନ୍‌ଷ୍ଟଲ କରିବାକୁ ହ୍ୟାକର୍‌ କରୁଛନ୍ତି ନିବେଦନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗଦାଧର ପାତ୍ରଙ୍କ ମୋବାଇଲ ନଂ ୯୪୩୮୩୫୪୫୬୬କୁ କୌଣସି ହ୍ୟାକର୍‌ ହ୍ୟାକ୍‌ କରିନେଇଛନ୍ତି ବୋଲି ଅଭିଯୋଗ ହୋଇଛି । ବିଡିଓ ସାର୍ ଯେଉଁସବୁ ସାମାଜିକ ଗଣମାଧ୍ୟମରେ ଅଛନ୍ତି, ସେଗୁଡ଼ିକରେ ହ୍ୟାକରଜଣକ ପି.ଏମ୍‌. କିଷାନ୍‌ ଆପ୍‌କୁ ପୋଷ୍ଟ କରି ଉକ୍ତ ଆପ୍‌କୁ ଇନ୍‌ଷ୍ଟଲ୍‌ କରିବାକୁ ନିବେଦନ କରିଛନ୍ତି । ଫଳରେ ସେ ଏହା କୌଣସି ହ୍ୟାକର୍‌ ତାଙ୍କ ନମ୍ବରକୁ ହ୍ୟାକ୍‌ କରିନେଇଥିବା ସେ କହିଛନ୍ତି । ଜଣେ ପ୍ରଶାସନିକ ଅଧିକାରୀଙ୍କ ଏଭଳି ଚିଟିଙ୍ଗ କରି ତାଙ୍କ ମୋବାଇଲ ନମ୍ବରଟି ହ୍ୟାକ୍‌ ହୋଇଯିବା ପରେ ଏବେ ସମାଜରେ ଲୋକଙ୍କ ମନରେ ଚିନ୍ତା ବଢ଼ିଛି । ମୁଖ୍ୟ କଥା ହେଲା ବିଡିଓ ସାର୍ ଯେଉଁ ସବୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ଅନ୍ୟ ସରକାରୀ ତଥ୍ୟ ସବୁ ଚୋରି ହେବା ଆଶଙ୍କା ବୃଦ୍ଧି ପାଇଛି । ହ୍ୟାକର୍‌ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମେତ ଆଧାରକୁ ବ୍ଲକ କରିବା ସହ ସାଇବର ବିଭାଗର ଟୋଲ୍‌-ଫ୍ରି ନମ୍ୱରକୁ ଜଣାଇଛନ୍ତି । ସ୍ଥାନୀୟ ଆଇ. ଆଇ. ଆଇ. ସି. ଆନନ୍ଦ ଚନ୍ଦ୍ର ପାତ୍ରଙ୍କୁ ଅବଗତ କରାଯାଇଛି ବୋଲି ବିଡିଓ କହିଛନ୍ତି ।

Leave A Reply

Your email address will not be published.