ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳପଡିଆରେ ବ୍ଲକସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡାସମ୍ବର ବ୍ଲକସ୍ତରୀୟ ୧୭ ବର୍ଷରୁ କମ ବର୍ଗର ବାଳକ ଓ ବାଳିକା ବିଭାଗର ବ୍ଲକସ୍ତରୀୟ ଫୁଟବଲ୍ ପ୍ରତିଯୋଗିତା ବରିକେଲ ନୋଡାଲ ଉଚ୍ଚ ବିଦ୍ୟାଳୟର ଖେଳପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାରିଟି ସବ୍ ବ୍ଲକର ସମୁଦାୟ ୧୦୬ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ବାଳକ ବିଭାଗର ୬୧ ଓ ବାଳିକା ବିଭାଗର ୪୫ ଜଣ ଅଂଶ ଗ୍ରହଣ କରିଥିଲେ । ଉଦ୍‌ଘାଟନୀ ସଭାରେ ବ୍ଲକ ସ୍କୁଲ କ୍ରୀଡା ଓ ଖେଳ ସଙ୍ଗଠନର ସଭାପତି ତଥା ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିଲେ ଓ ଆନୁଷ୍ଠାନିକ ଭାବରେ ଉକ୍ତ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ବ୍ଲକ ସମ୍ପାଦକ ହରେକୃଷ୍ଣ ମେହେର ସ୍ୱାଗତ ଭାଷଣ ସହ ସଭାକାର୍ଯ୍ୟ ପରିଚାଳନା କରି ପୂର୍ବ ବର୍ଷର ବିବରଣୀ ପଠନ କରିଥିଲେ । ପ୍ରଧାନ ଶିକ୍ଷକ ସୁବଳ କୁମାର ଭୁଏ ଫୁଟବଲ ଖେଳର ମହତ୍ତ୍ଵ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କ୍ରୀଡା ଶିକ୍ଷକ କ୍ଷିରୋଦ୍ର ଦାଶ ଓ ଅନ୍ୟ ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ସହଯୋଗ କରିଥିଲେ । ଆଜିର ଏହି ପ୍ରତିଯୋଗୀତାରେ ବାଳକ ବିଭାଗରେ ପଦମପୁର ସବ୍ ବ୍ଲକ ବିଜେତା ଓ କନସିଙ୍ଗା ସବ୍ ବ୍ଲକ ଉପ ବିଜେତା ଏବଂ ବାଳିକା ବିଭାଗରେ ଦହିତା ସବ୍ ବ୍ଲକ ବିଜେତା ଓ ପଦମପୁର ସବ୍ ବ୍ଲକ ଉପ ବିଜେତା ହୋଇଥିଲେ । କୃତୀ ଦଳଙ୍କୁ ପୁରସ୍କୃତ କରାଯାଇଥିଲା ଓ ପରିଶେଷରେ କ୍ରୀଡା ଶିକ୍ଷକ ଚନ୍ଦ୍ରମଣି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.