csstore

ସାଇକେଲରେ ଖାଲିପାଦରେ ନୃସିଂହନାଥରୁ କେଦାରନାଥ ଯାତ୍ରା କଲେ ସୁନିଲ ଭୋଇ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମର +୨ ପାଠ ପଡୁଥିବା ଜଣେ ଆଦିବାସୀ ଯୁବକ ସୁନିଲ ଭୋଇ(୧୮) ଗତ ଜୁଲାଇ ୨୧ ତାରିଖରୁ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥରୁ ଛତିଶଗଡରୁ ବଏସନା ରାସ୍ତାଦେଇ ଛତିଶଗଡ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ ରାସ୍ତାରେ ଆସି ଆଜି ନୂଆଦିଲ୍ଲୀ ଓଡ଼ିଶା ଭବନରେ ପହଞ୍ଚି ଥିଲେ । ଓଡ଼ିଶା ଭବନରେ ପହଞ୍ଚିବା ପରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ଯାତ୍ରାର ସଫଳ କାମନା କରିଥିଲେ । ସୁନିଲଙ୍କୁ ନୂଆଦିଲ୍ଲୀ ଓଡ଼ିଶା ଭବନରେ ସମ୍ବର୍ଦ୍ଧିତ କରିବା ସମୟରେ ଖରିଆର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି, ବିଜେପି ବରିଷ୍ଠ ନେତା ଦିନବନ୍ଧୁ ପତି, ପଣ୍ଡିତ ସହଦେବ ଶାସ୍ତ୍ରୀ, ହରେକୃଷ୍ଣ ପ୍ରସାୟତ, ଦେବାଶିଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ନୃସିଂହନାଥରୁ କେଦାରନାଥ ସାଇକେଲ ଯାତ୍ରାର ଉଦ୍ଦେଶ୍ୟ କହିବାରୁ ସୁନିଲ ଭୋଇ କହିଥିଲେ ଯେ, ହାଇସ୍କୁଲ ପଡିବା ସମୟରେ ତାଙ୍କର ଏକ ସ୍ୱପ୍ନଥିଲା ଶ୍ରାବଣ ମାସରେ କେଦାରନାଥ ଯାଇ ଜଳ ଅର୍ପଣ କରିବା ପାଇଁ ସ୍ୱପ୍ନକୁ ସାକାର କରିବା ପାଇଁ ସାଇକେଲ ଯୋଗେ ଖାଲିପାଦରେ କେଦାରନାଥ ଯାଉଥିବା ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.