ମାଧିଆପାଲି ସ୍ରିୟାନ୍ସ ଗ୍ୟାରେଜ୍‌ରୁ ଚୋରି କରିଥିଲା : ବାନ୍ଧିଲା ବଲାଙ୍ଗିର ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବରୁ ମାଧିଆପାଲି ସ୍ଥିତ ସ୍ରିୟାନ୍ସ ଗ୍ୟାରେଜ୍‌ରେ କାମ କରୁଥିଲା । ଏବେ ସେହି ଗ୍ୟାରେଜ୍‌ରୁ ହିଁ ବ୍ୟାଟେରୀ ସହ ମୋବାଇଲା ଫୋନ୍‌ ଚୋରି କରି ପୋଲିସ ହାତରେ ବନ୍ଧା ହୋଇଛି ଜଣେ ୨୮ ବର୍ଷର ଯୁବକ ବୋଲି ବଲାଙ୍ଗିର ସଦର ଥାନା ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି । ଗିରଫ ଯୁବକ ଜଣକ ଡୁମେରପାଲିର ନିଳମାଧବ ଭୋଇ ବୋଲି ଜଣାପଡ଼ିଛି । ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୂସାରେ କିଛି ବର୍ଷ ଆଗରୁ ନିଳ ମାଧବ ସମ୍ବଲପୁର ରୋଡ଼ ସ୍ଥିତ ତଥା ମାଧିଆପାଲିର ସ୍ରିୟାନ୍ସ ଗ୍ୟାରେଜ୍‌ରେ କାମ କରୁଥିଲା । ହେଲେ କିଛି ଦିନ ଗଲା ପରେ କୌଣସି କାରଣକୁ ନେଇ ସେ ଆଉ ସେହି ଗ୍ୟାରେଜରେ କାମ କରିନଥିଲା । କିନ୍ତୁ ନଜର ରଖିଥିଲା ସ୍ରିୟାନ୍ସ ଗ୍ୟାରେଜ୍‌ର ଗତିବିଧି ଉପରେ । ଆଉ ଏହାର ମଉକା ନେଇ ଗତ ୮ ତାରିଖ ରାତିରେ ସ୍ରିୟାନ୍ସ ଗ୍ୟାରେଜକୁପଶି ଏକ ବ୍ୟାଟେରୀ ସହ ମୋବାଇଲ ଫୋନ୍‌କୁ ଚୋରି କରି ନେଇ ସେଠାରୁ ଫେରାର୍‌ ମାରିଥିଲା । ଘଟଣା ସମ୍ପର୍କର ସ୍ରିୟାନ୍ସ ଗ୍ୟାରେଜ୍‌ର ବନମାଳି ମନହିରା ବଲାଙ୍ଗିର ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ବଲାଙ୍ଗିର ସଦର ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣା ସମ୍ପର୍କରେ ତଦନ୍ତ କରିଥିଲା ଓ ସ୍ରିୟାନ୍ସ ଗ୍ୟାରେଜରୁ ଚୋରି କରିଥିବା ନିଳ ମାଧବକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ସଦର ଏସ୍‌ଡ଼ିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି । ଏହି ସମୟରେ ସଦର ଥାନା ଆଇଆଇସି ଓ ଅନ୍ୟାନ୍ୟ ପୋଲିସ ଟିମ୍‌ ଉପସ୍ଥିତ ଥିଲା ।

Leave A Reply

Your email address will not be published.