କବରସ୍ଥାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର : ହତ୍ୟା ସନ୍ଦେହ

ନୂଆପଡା : କବରସ୍ଥାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ଯୁବକ ଜଣକ ଖଡ଼ିଆଳ ଥାନା ରହେନପଦର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି । ଏଭଳି ଘଟଣା ନୂଆପଡା ସହରର ଏକତା ଛକ ନିକଟରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ଯୁବକ ଜଣକ ଅନେକ ଦିନ ହେଲା ନୂଆପଡାରେ ରହି ହୋଟେଲ ମାନଙ୍କରେ କାମ କରୁଥିଲେ । ତେବେ ଶୁକ୍ରବାର ତାଙ୍କରରହସ୍ୟଜନକ ମୃତ୍ୟୁ ହୋଇଛି । ଛକ ପାଖ କବରସ୍ଥାନ ସାମ୍ନାରୁ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି ।

Leave A Reply

Your email address will not be published.