ଦ୍ୱିତୀୟ ଥର ପାଇଁ ଏନ୍‌ଏସି ଅନସ୍ଥା ଭୋଟ ସ୍ଥଗିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ଦ୍ୱିତୀୟ ଥର ପାଇଁ ଅନାସ୍ଥା ଭୋଟ ସ୍ଥଗିତ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଏନ୍‌ଏସିରେ ଆଜି ଦ୍ୱିତୀୟ ଥର ପାଇଁ ଅନସ୍ଥା ଭୋଟ ସ୍ଥଗିତ ହୋଇଛି । ସୂଚନାଯୋଗ୍ୟ ଯେ, ଗତ ୧ ତାରିଖ ଦିନ ଅନସ୍ଥା ଭୋଟ ଥିଲା । କିନ୍ତୁ ଅତିରିକ୍ତ ଜିଲ୍ଲାପାଳଙ୍କ ଦେହ ଅସୁସ୍ଥତା ଯୋଗୁଁ ଅନାସ୍ଥା ଭୋଟ ସ୍ଥଗିତ ରହିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଗଷ୍ଟ ୯ ତାରିଖରେ ଅନସ୍ଥା ଭୋଟ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ଆଜି ମଧ୍ୟ ଭୋଟ ସ୍ଥଗିତ ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀଙ୍କୁ ବଦଳି ହେବା ପରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଜିଲ୍ଲାପାଳ ଦାୟିତ୍ୱରେ ରହିଛନ୍ତି । ତେଣୁ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଆସିନଥିବା କାରଣରୁ ପୁନର୍ବାର ଆଜି ମଧ୍ୟ ଅନାସ୍ଥା ଭୋଟ ସ୍ଥଗିତ ରହିଥିବା ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ସମ୍ପର୍କରେ ଜୁନାଗଡ଼ ଏନ୍‌ଏସି ନିର୍ବାହି ଅଧିକାରୀ ପ୍ରମୋଦ କୁମାର ଖିଲୋଙ୍କୁ ଜଣାଇଥିବା ଶ୍ରୀ ଖିଲୋ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.