ଆଇ. ଆର୍‌. ଇ. ଏଲ୍. ସିକ୍ୟୁରିଟି ଗାର୍ଡ଼ମାନଙ୍କ ସପରିବାର ସହ ଆନ୍ଦୋଳନ ଅବ୍ୟାହତ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥିତ ମାଟିଖାଲ ଠାରେ ଅବସ୍ଥାପିତ ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନରେ ନିୟୋଜିତ ଦୀର୍ଘ ୧୫ବର୍ଷ ଧରି କାର୍ଯ୍ୟ କରି ଆସିବା ପରେ ଆଜି ଉକ୍ତ ପ୍ରତିଷ୍ଠାନ କାର୍ଯ୍ୟରେ ଛଟେଇ କରିଥିବା ନେଇ ଏକ ଉଦ୍‌ବେଗର ବିଷୟ ହୋଇଛି । କର୍ମଚାରୀଙ୍କ ତାତି ବଢୁଛି, ୯୨ ଜଣ ସିକ୍ୟୁରିଟି ଗାର୍ଡ଼ମାନଙ୍କୁ ଛଟେଇ ପ୍ରତିବାଦରେ ପୁଣି ଗୁରୁବାର ସକାଳ ଠାରୁ ଧର୍ମଘଟ ଡାକରା ଦେଇ ପ୍ରଶାସନିକ ଭବନ ଆଗରେ ଧାରଣା ଦେଇଛନ୍ତି । ଗୁରୁବାର ସନ୍ଧ୍ୟା ସୁଦ୍ଧା ଆଇ. ଆର୍‌. ଇ. ଏଲ୍. (ଇଣ୍ଡିଆ) ପ୍ରତିଷ୍ଠାନ କର୍ତ୍ତୃପକ୍ଷଙ୍କ କୌଣସି ନିର୍ଭର ପ୍ରତିଶ୍ରୁତି ନମିଳିବା ନେଇ ସିକ୍ୟୁରିଟି ଗାର୍ଡ଼ମାନଙ୍କ ଆନ୍ଦୋଳନ ଅବ୍ୟାହତ ରହିଛି । କାର୍ଯ୍ୟରେ ପୁନଃ ନିୟୋଜିତ ନକରାଗଲେ କର୍ମଚାରୀମାନେ ଆନ୍ଦୋଳନ ଅବ୍ୟାହତ ରଖିବେ ଏବଂ ରାଜରାସ୍ତା ଅବରୋଧ ସାଂଗକୁ ଆଇନ୍ ଅମାନ୍ୟ ଆନ୍ଦୋଳନ କରିବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.