oom

କୋଶଳ ପ୍ରବାହର ମହାପ୍ରଭାବ : ମୁରିବାହାଲ ରେଳ ଫାଟକ ରାସ୍ତାର ବିରାଟ ଗାତ ମରାମତି, ଖବର ବାହାରିବା ପରେ ଭାଙ୍ଗିଲା ରେଳ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଳଷ୍ଟେସନର ପଶ୍ଚିମ ଦିଗକୁ ଥିବା ଆର୍‌ ଭି ଏନ୍‌ଓ ୧୩୭ ରେଳ ଫାଟକ ତାର ବାଡ ମଝିରେ ତଥା ବ୍ୟସ୍ତବହୁଳ ବଲାଙ୍ଗିର- ବଙ୍ଗୋମୁଣ୍ଡା ପୂର୍ତ୍ତ ରାସ୍ତାରେ ଏକ ବିରାଟ ଗାତ ହୋଇ ଯାତାୟତରେ ଅସୁବିଧା ସୃଷ୍ଟି ହେଉଥିବା ସମ୍ପର୍କରେ ବୁଧବାର କୋଶଳ ପ୍ରବାହରେ ଖବର ପ୍ରସାରିତ ହୋଇଥିଲା । ଖବର ପ୍ରସାରଣ ପରେ ଶୋଇପଡିଥିବା ରେଳ ବିଭାଗର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିଥିଲା । ଆଜି ଗୁରୁବାର ସଂପୃକ୍ତ ବିରାଟ ଗାତକୁ ରେଳ ବିଭାଗ ପକ୍ଷରୁ ଗେଟି ପଥର ଆଦି ଦେଇ ମରାମତି କରାଯାଇଥିବା ଦେଖିବାକୁ ମିଳିଛି । ଫଳରେ ଲୋକଙ୍କ ଯାତାୟାତ ସ୍ଵାଭାବିକ ହୋଇଛି । ରେଳ ବିଭାଗ ପକ୍ଷରୁ କେବୁଲ କିମ୍ବା ପାଇପ କାମ କରାଯାଇ ଛାଡ଼ି ଦିଆଯାଇଥିବାରୁ ଏହି ରାସ୍ତା ଦବି ଯାଇ ବର୍ଷା ପାଣି ଜମି ରହୁଥିଲା । ଫଳରେ ଏହି ମୁଖ୍ୟ ରାସ୍ତା ଉପରେ ନିର୍ଭର କରୁଥିବା ହଜାର ହଜାର ଜନସାଧାରଣ ତଥା ୨ ଓ ୪ ଚକିଆ ଯାନବାହନ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ରେଳ ଫାଟକରେ ଗେଟ ପଡ଼ିସାରି ଖୋଲିଲା ବେଳେ ଏଠାରେ ନାହିଁ ନଥିବା ଭିଡ଼ ହେଉଥିବା ଯୋଗୁଁ ଲୋକେ ଗାତରେ ପଡ଼ିଯାଉଥିବା ଦେଖିବାକୁ ମିଳୁଥିଲା । ରାସ୍ତା ମଝିରେ ଥିବା ଗାତରେ ପାଣି ଜମି ରହୁଥିବାରୁ ଗାଡ଼ି ଚଳାଚଳରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଲୋକେ ରାସ୍ତା ପାଖରେରେ ଗାଡ଼ି ଚଳାଚଳ କରୁଥିଲେ । ମୁରିବାହାଲ ରେଳ ଫାଟକ ଯେଉଁଠି ୨୪ଘଣ୍ଟା ଜଗୁଆଳୀ ରହୁଥିବା ବେଳେ ସେହିଠାରେ ହିଁ ରାସ୍ତାରେ ବିରାଟ ଗାତ ସୃଷ୍ଟି ହୋଇ ଲୋକେ ଯାତାୟତରେ ଘୋର ଅସୁବିଧା ହେଉଥିଲେ ମଧ୍ୟ ରେଲବିଭାଗ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇ ରହିବା ବିଭାଗୀୟ ଦାୟିତ୍ୱରେ ଅବହେଳା ବୋଲି ଲୋକେ ଅଭିଯୋଗ କରିଥିଲେ । ଏ ସମ୍ପର୍କରେ ଫାଟକ ପରିପାର୍ଶ୍ଵ ମରାମତି ଦାୟିତ୍ୱରେ ଥିବା ବିଭାଗୀୟ ରେଳ ଅଧିକାରୀଙ୍କୁ ପଚାରିବାରୁ ମୁଁ ଜାଣି ନଥିଲି, ଆପଣଙ୍କଠାରୁ ଖବର ପାଇଲି, ଶୀଘ୍ର ରାସ୍ତା ମରାମତି କରାଯିବ ବୋଲି ସେତେବେଳେ ପ୍ରକାଶ କରିଥିଲେ । ଶୀଘ୍ର ଏହି ବ୍ୟସ୍ତବହୁଳ ମୁଖ୍ୟ ରାସ୍ତାରେ ଥିବା ଗାତ ମରାମତି କରାଯିବା ପାଇଁ ମୁରିବାହାଲ ଅଞ୍ଚଳର ଜନସାଧାରଣ ରେଳ ବିଭାଗ ନିକଟରେ ଦୃଢ଼ ଦାବୀ କରିବା ସହ କୋଶଳ ପ୍ରବାହରେ ଖବର ମଧ୍ୟ ପ୍ରକାଶ ପାଇଥିଲା । କୋଶଳ ପ୍ରବାହରେ ଖବର ପ୍ରସାରିତ ହେବା ପରେ ରେଳ ବିଭାଗ ତୁରନ୍ତ ଏହି ଗାତ ମରାମତି କରିଥିବାରୁ ମୁରିବାହାଲ ଅଞ୍ଚଳର ଜନସାଧାରଣ କୋଶଳ ପ୍ରବାହକୁ ଧନ୍ୟବାଦ ଦେଇଛନ୍ତି ।

jittmm
Leave A Reply

Your email address will not be published.