oom

ବର୍ଷାରେ ଧୋଇଗଲା ଆପ୍ରୋଚ୍‌ ରୋଡ୍‌ : ନାଳରେ ବାଇକ୍‌ ସହ ପଡ଼ିଲେ ଯୁବକ

jsmm
  • ମୋହନଗିରୀକୁ ଯାତାୟତ ଠପ୍‌
  • ପୂର୍ତ୍ତ ବିଭାଗର ଅବହେଳା ନେଇ ଜନ ଅସନ୍ତୋଷ

ମ.ରାମପୁର, (ହେମନ୍ତ ସାହୁ) : ଲଗାଣ ବର୍ଷା ଜାରୀ ରହିଛି । ଏତେ ବର୍ଷାରେ ବି ରାସ୍ତା କାମ ଚାଲିଛି । ଫଳ ସ୍ୱରୂପ ଆଜି ଜଣେ ଯୁବକ ଆପ୍ରୋଚ୍‌ ରୋଡ୍‌ ଧୋଇ ହୋଇଯିବା ଫଳରେ ବାଇକ୍‌ ସହ ନାଳରେ ପଡ଼ି ଯିବା ଭଳି ଘଟଣା ସାମ୍ନାକୁ ଆସିଛି । କଳାହାଣ୍ଡି ଜିିଲ୍ଲା ମ.ରାମପୁର ପୂର୍ତ୍ତ ବିଭାଗ ତରଫରୁ ପାଜିବାହାଲି ଛକଠାରୁ ମୋହନଗିରୀକୁ ରାସ୍ତା ତିଆରି କାମ ଚାଲିଥିବା ବେଳେ ମାଣିକେରା ନିକଟରେ ଏକ ପୋଲର ଆପ୍ରୋଚ୍‌ ରୋଡ଼ ଧୋଇଯିବା ଫଳରେ ଜଣେ ଯୁବକ ବାଇକ୍‌ ସହ ନାଳ ଭିତରେ ପଡ଼ିଯିବାର ଦେଖାଯାଇଛି । ସୂଚନା ମୁତାବକ ମୋହନଗିରୀର ଆଦିତ୍ୟ ନାୟକ ନାମକ ଜଣେ ଯୁବକ କୌଣସି କାମ ନେଇ ନିଜ ବାଇକ୍‌ ଯୋଗେ ମାଣିକେରା ନିକଟରେ ଥିବା ପୋଲର ଆପ୍ରୋଚ୍‌ ରୋଡ୍‌ ଅତିକ୍ରମ କରୁଥିବାବେଳେ ଏହି ରାସ୍ତାଟି ଧୋଇ ହେଇଯାଇଥିବାରୁ,ଏବଂ ପାଣିର ପ୍ରଖର ସ୍ରୋତ ଥିବାରୁ ନାଳ ଭିତରେ ନିଜ ବାଇକ ସହ ପଡ଼ିଯାଇଥିଲେ । ଏହି ଘଟଣା ପରେ ସ୍ଥାନୀୟ କିଛି ବ୍ୟକ୍ତି ସଙ୍ଗେ ସଙ୍ଗେ ନାଳ ଭିତରକୁ ଯାଇ ବାଇକ୍‌ ଉଦ୍ଧାର କରିବାରେ ସହଯୋଗ କରିବା ଭଳି ସମ୍ବେଦନଶୀଳ ଭିଡ଼ିଓ ଏବେ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଥିବାବେଳେ ଏହି ଘଟଣା ପରେ ମୋହନଗିରୀକୁ ଯାତାୟତ ମଧ୍ୟ ଠପ୍ ହେଇଯାଇଛି । ଅଂଚଳବାସୀ ଏହି କାମକୁ ନେଇ ପୂର୍ବରୁ ମଧ୍ୟ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ । ବର୍ଷା ଆରମ୍ଭ ହେବା ବେଳକୁ ଏହି ରାସ୍ତା ତିଆରି ଏବଂ ପୋଲ ଗୁଡ଼ିକଭାଙ୍ଗି ଦିଆଯାଇ ଅତି ନିମ୍ନମାନର ଆପ୍ରୋଚ୍‌ ରୋଡ୍‌ ତିଆରି କାରଣରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଭଳି ଅଭିଯୋଗକୁ ଅତି ହାଲୁକା ଭାବରେ ଠିକାଦାର ନେଇ ନିଜ ମର୍ଜିରେ କାମ ଚଳାଇଥିବା ଦେଖାଯାଇଛି । ଏଠାରେ ସୂଚନା ଥାଉ କି ଏହି ରାସ୍ତାରେ ପୋଲଗୁଡ଼ିକ ତିଆରି ଫଳରେ ମାଣିକେରା, ସିଂହପୁର, ଦେଢଶୁଳୀ, ଲୁବେନଗଡ଼, ମୋହନଗିରୀ ପଂଚାୟତ ବାସୀ ଦୈନନ୍ଦିନ ମ.ରାମପୁର ବ୍ଲକ କାର୍ଯ୍ୟାଳୟକୁ ବିଭିନ୍ନ କାମ ନେଇ ବାଇକ୍‌, ବସ୍‌ ଯୋଗେ ଆସିଥାନ୍ତି । କିନ୍ତୁ ଠିକ୍ ବର୍ଷା ଆରମ୍ଭ ହେବା ବେଳକୁ ଏହି ସବୁ ପୋଲ ଭାଙ୍ଗି ଦେଇ ନିମ୍ନମାନର ଆପ୍ରୋଚ୍‌ ରୋଡ୍‌ ତିଆରି କରି ଲୋକଙ୍କୁ ଜାଣିଶୁଣି ହଇରାଣ କରୁଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଏହି ରାସ୍ତାରେ ତିଆରି ହେଇଥିବା ଆପ୍ରୋଚ୍‌ ରୋଡ୍‌ ଗୁଡ଼ିକୁ ଠିକ୍ ଭାବରେ ତିଆରି କରିବା ସହିତ ଠିକାଦାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.