oom

ଜନ୍ମାଷ୍ଟମୀ ପାଇଁ ଯାଦବ ଉନ୍ନୟନ ସମିତିର ପ୍ରସ୍ତୁତି ବୈଠକ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଯାଦବ ଉନ୍ନୟନ ସମିତିର କାର୍ଯ୍ୟକାରୀ ସଭାପତି ସର୍ବେଶ୍ଵର ଦାସଙ୍କ ଅଧ୍ୟକ୍ଷତାରେ ଆସନ୍ତା ୨୬ ତାରିଖରେ ହେବାକୁ ଥିବା ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ଣ ମନ୍ଦିର ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅନୁଷ୍ଠାନର ସାଧାରଣ ସଂପାଦକ ରବୀନ୍ଦ୍ର କୁମାର ପାଣ୍ଡବ ଉପସ୍ଥିତ ସଭ୍ୟମାନଙ୍କୁ ସ୍ଵାଗତ ଜଣାଇବା ସହିତ ବିଗତ ଦିନରେ ଅନୁଷ୍ଠିତ ହୋଇଥିବା ଦୋଳପୂର୍ଣ୍ଣିମା, ରାଧାଷ୍ଟମୀ ତଥା ଦୈନନ୍ଦିନ ନିର୍ଘଣ୍ଟ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଦେଇଥିଲେ ଏବଂ ଏଥିସହିତ ଆୟ ବ୍ୟୟର ହିସାବ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ଶ୍ରୀ ଦାସ ଜନ୍ମାଷ୍ଟମୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାର୍ତ୍ତିକ ପାଣ୍ଡବ, ବିଦ୍ୟାଧର ବେହେରା, ଭଜହରି ବେହେରା, ଅଶୋକ ଦାସ, କୋଷାଧ୍ୟକ୍ଷ କାଳନ୍ଦୀ ବାରିକ, ପ୍ରଭୃତି ଆଗାମୀ କାର୍ଯ୍ୟକ୍ରମ ଉପରେ ମତାମତ ରଖିଥିଲେ ଏବଂ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିବା ପାଇଁ ଉପସ୍ଥିତ ସଭ୍ୟମାନଙ୍କୁ ଦାୟିତ୍ଵ ବଣ୍ଟନ କରାଯାଇଥିଲା । ଜନ୍ମାଷ୍ଟମୀର ୩ ଦିନ ପୂର୍ବରୁ ଗୀତା ଯଜ୍ଞ କରିବାକୁ କର୍ଯ୍ୟକାରୀ ସଭାପତି ଶ୍ରୀ ଦାସ ଦେଇଥିବା ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା ଏବଂ ସମସ୍ତେ ଏଥିପାଇଁ ଆନ୍ତରିକ ସହଯୋଗ କରିପାରିବା ପାଇଁ କମିଟି ତରଫରୁ ନିବେଦନ କରାଯାଇଛି । ସେହିପରି ପ୍ରତ୍ୟେକ ସଭ୍ୟ ମାସିକ ୧୦୦ଟଙ୍କା ସଭ୍ୟ ଚାନ୍ଦା ଦେବା ପାଇଁ ସ୍ଥିରୀକୃତ ହୋଇଥିଲା । ଅନେକ ସଭ୍ୟ ତୁରନ୍ତ ଏହି ଚାନ୍ଦା ପଇଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଉରକେଲା ତଥା ଆଖପାଖ ଅଂଚଳରେ ରହୁଥିବା ଯାଦବ ଭାଇମାନଙ୍କୁ ବହୁ ସଂଖ୍ୟାରେ ସାମିଲ୍ କରିବା ଲାଗି ଅନୁଷ୍ଠାନ ପକ୍ଷରୁ ବିଶେଷ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.