କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀଙ୍କୁ ଭେଟିଲେ କନ୍ଧମାଳ ସାଂସଦ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀଙ୍କୁ ସାକ୍ଷାତ କରିଛନ୍ତି କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ । ବିଶେଷ କରି କନ୍ଧମାଳ ଜିଲ୍ଲାରେ ୨୦ଟି ନୂତନ ପେଟ୍ରୋଲ ପମ୍ପ ସ୍ଥାପନ ସହିତ ସହରାଞ୍ଚଳ ଏବଂ ଉପସହରାଞ୍ଚଳରେ ଜୈବିକ ଇନ୍ଧନ ଓ ସିଏନ୍‌ଜି ବ୍ୟବସ୍ଥା ଆରମ୍ଭ କରିବା ଦିଗରେ ଆଲୋଚନା କରିଛନ୍ତି । ଏହି ଅବସରରେ ଗେଲ୍‌ ଏବଂ ସ୍ଥାନୀୟ ଏମ୍‌ଏସ୍‌ଏମ୍‌ଇ ବିକ୍ରେତାଙ୍କ ମଧ୍ୟରେ ସଂପର୍କ ବୃଦ୍ଧି ଉପରେ ମଧ୍ୟ ସାଂସଦ ଶ୍ରୀ ପାଣିଗ୍ରାହୀ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ଆଲୋଚନା ବେଳେ ଗେଲ୍‌ ନିଜର ପାଇପ୍‌ ଲାଇନ୍‌ ନେଟୱାର୍କ କନ୍ଧମାଳ ଜିଲାର ଦୁର୍ଗମ ଅଞ୍ଚଳ ଗୁଡ଼ିକରେ କିଭଳି ଭାବେ ଅଧିକରୁ ଅଧିକ ବିସ୍ତାର କରିବ ସେ ନେଇ ମଧ୍ୟ ସାଂସଦ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ ପକ୍ଷରୁ ଏ ଦିଗରେ ପଦକ୍ଷେପ ଗ୍ରହଣ କରାଗଲେ କନ୍ଧମାଳ ଜିଲ୍ଲାର ବିକାଶ ଆହୁରି ବ୍ୟାପକ ହୋଇ ପାରିବ ବୋଲି ସାଂସଦ ଆଲୋଚନା ବେଳେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ବୋଲି ଏକ ପ୍ରେସ୍‌ ବିବୃତ୍ତିରେ ଦର୍ଶାଇଛନ୍ତି ।

Leave A Reply

Your email address will not be published.