oom

ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ଭା.ବ.ସେ ତା. ୩୧.୦୭.୨୦୨୪ ଦିନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତ । ଏହି ଅବସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବନଖଣ୍ଡ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଟିଟିଲାଗଡ କେନ୍ଦୁପତ୍ର ବନଖଣ୍ଡ ଅଧିକାରୀ ରଞ୍ଜିତ କୁମାର ମଲ୍ଲିକ ସଭାପତିତ୍ୱ କରିଥିଲେ । ଶ୍ରୀ ଉଦ୍‌ଗାତାଙ୍କ ଚାକିରି କାର୍ଯ୍ୟକାଳ ଭିତରେ କିପରି ଭାବରେ ସେ ବିଭିନ୍ନ କ୍ଷେତ୍ରରେ ନିଜର ଉଦ୍ୟମ ବଳରେ ବନବିଭାଗରେ ପ୍ରତିଷ୍ଠିତ ହୋଇଥିଲେ ତାହା ଏହି ସଭାରେ ବିଷଦ ଭାବରେ ଆଲୋଚନା ହୋଇଥିଲା । ଏଥିରେ ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳ ଅନ୍ତର୍ଗତ ସମସ୍ତ ବନଖଣ୍ଡୀୟ ଅଧିକାରୀ, ସହ ବନସଂରକ୍ଷକ ଅଧିକାରୀଙ୍କ ସହିତ ବଲାଙ୍ଗିର ବନଖଣ୍ଡର ବନଖଣ୍ଡୀୟ ଅଧିକାରୀ ସୁଦର୍ଶନ ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ବଲାଙ୍ଗିର ବନଖଣ୍ଡ, କେନ୍ଦୁପତ୍ର ବନଖଣ୍ଡ ଏବଂ ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ ଅନନ୍ତ ନାରାୟଣ ପାଣିଗ୍ରାହୀ, ଶ୍ରୀମତୀ ଲଲଣା ନନ୍ଦ, କିନ୍‌ଚେକ୍‌ କାଲସାଏଙ୍କ ସମେତ ସମସ୍ତ କାର୍ଯ୍ୟରତ ଅମଳା ଉପସ୍ଥିତ ରହିଥିଲେ । ଉକ୍ତ ସଭାରେ ଗଦାଧର ପାତ୍ର, ବନଖଣ୍ଡ ଅଧିକାରୀ, ଭବାନିପାଟଣା କେ.ପ. ବନଖଣ୍ଡ, ଘନଶ୍ୟାମ ମହନ୍ତ, ବନଖଣ୍ଡ ଅଧିକାରୀ, ନବରଙ୍ଗପୁର କେ.ପ. ବନଖଣ୍ଡ, ଶ୍ରୀମତୀ ଅମିତାରାଣି ରାଏ, ବନଖଣ୍ଡ ଅଧିକାରୀ, ବଲାଙ୍ଗିର କେ.ପ. ବନଖଣ୍ଡ, ସୁରେଶ ଚନ୍ଦ୍ର ସେଠି, ବନଖଣ୍ଡ ଅଧିକାରୀ, ପାଟଣାଗଡ କେ.ପ. ବନଖଣ୍ଡ, ସୁଧିର ତ୍ରୀପାଠୀ, ସୂର୍ଯ୍ୟନାରାୟଣ ବେଜ୍‌, ଅନନ୍ତନାରାୟଣ ପାଣିଗ୍ରାହୀ ପ୍ରମୁଖ ତାଙ୍କର ବିଭିନ୍ନ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଉକ୍ତ ସଭାରେ ମନୋରଂଜନ ଗୁରୁ, ରୋଶନ ଦୀପ ଶତପଥି, ସନ୍ତୋଷ କବାଟ, ରଂଜନ କୁମାର ବୁଡେକ୍‌, କସମ୍‌ ରାଜ ବିଶ୍ୱାଲ, ଶୋଭାକର ଜାନୀ ପ୍ରମୁଖ ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳ କର୍ମଚାରୀ ଉପସ୍ଥିତ ଥିଲେ । ଶେଷରେ ଟିଟିଲାଗଡ କେ.ପ. ବନଖଣ୍ଡର ସହ ବନସଂରକ୍ଷକ ଅଧିକାରୀ ସୋମନାଥ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.