ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସ୍ଥିତ ମୁକୁନ୍ଦିଲାଲ ମହିଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଚଳିତ ୨୦୨୪ ବର୍ଷରେ ନୂତନ କରି ଯୁକ୍ତ ୨ ବାଣିଜ୍ୟ ଓ କଳାରେ ନାମ ଲେଖାଇଥିବା ପ୍ରଥମ ବର୍ଷ ଛାତ୍ରୀମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ସଭାରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ରଂଜିତା ଗୁରୁ ଅଧ୍ୟକ୍ଷତା କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବଳରାଜ ସିଂଦେଓ, ରାଜେନ୍ଦ୍ର ପୂଜାହାରି, ଦେବେନ୍ଦ୍ର ପଣ୍ଡା ଏବଂ ଅଧ୍ୟାପିକା ଡ. ସସ୍ମିତା ପଟ୍ଟନାୟକ ମଂଚାସୀନ ଥିଲେ । ସେହି ପରି ସ୍ଥାନୀୟ କେ.ଭି. କଲେଜରେ ମଧ୍ୟ ଯୁକ୍ତ ୨ ଓ ଯୁକ୍ତ ତିନି ବାଣିଜ୍ୟ, କଳା ଏବଂ ବିଜ୍ଞାନର ପ୍ରଥମ ବର୍ଷ ଛାତ୍ରୀଛାତ୍ର ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । କେ.ଭି. କଲେଜରେ ଅନୁଷ୍ଠିତ ନବାଗତ ଛାତ୍ରୀଛାତ୍ର ମାନଙ୍କ ସାଧାରଣ ସଭାରେ ଅଧ୍ୟକ୍ଷ ଡ. ପଦ୍ମଲୋଚନ ବର୍ମାଙ୍କ ଅଧ୍ୟକ୍ଷତାରେ ଯୁକ୍ତ ୨ ଭାରପ୍ରାପ୍ତ ଅଧ୍ୟକ୍ଷ ରାଜେଶ କୁମାର ମହାନ୍ତି, ଅଧ୍ୟାପକ ରୋହିତ କିଶୋର କୁମ୍ଭାର ମଂଚାସୀନ ଥିଲେ । ଉଭୟ ଅନୁଷ୍ଠାନରେ ଅନୁଷ୍ଠିତ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ଇତିହାସ, ନିୟମ କାନୁନ, ସମୟ ସାରଣୀ, ୟୁନିଫର୍ମ, ସିଲାବସ୍‌, ରାଗିଙ୍ଗମୁକ୍ତ ପରିସର ବିଷୟରେ ଆଲୋକପାତ କରିଥିଲେ ।

Leave A Reply

Your email address will not be published.