ଆନନ୍ଦମୟ ଶିକ୍ଷା ଉପରେ ୱାଇ. ସି. ଡି. ଏ.ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଦିନ ଧରି ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାଇ. ସି. ଡି. ଏ. ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଡି. ଆଇ. ଇ. ଟି. ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଡି. ଆଇ. ଇ. ଟି. ପରିସରରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବେଲପଡା ଓ ପୁଇଁନ୍ତଲା ବ୍ଲକର ୬୦ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ଜ୍ୟୋତି କୁମାର ଦାଶ (ପ୍ରିନ୍‌ସିପାଲ୍‌, ଡିଆଇଇଟି), ରାଜେନ୍ଦ୍ର ମେହେର (ମୁଖ୍ୟ କାର୍ଯ୍ୟ ନିର୍ବାହ ଅଧିକାରୀ ୱାଇସିଡିଏ), ଲୋକନାଥ ସୁନା (ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁନ୍ତଲା) ଓ ଜ୍ୟୋତି କୁମାର ରଥ (କାର୍ଯ୍ୟକ୍ରମ ପରିଚାଳକ ୱାଇସିଡିଏ) ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଲୋକନାଥ ସୁନା ତାଙ୍କ ଅଭିଭାଷଣରେ ଶିକ୍ଷକମାନେ କିପରି ପିଲାଙ୍କର ଆଦର୍ଶ ଓ ଦାର୍ଶନିକ ହେବେ କହିଥିଲେ । ପରିଶେଷରେ ମୁଖ୍ୟ ଅତିଥି ଡ. ଜ୍ୟୋତି କୁମାର ଦାସ ସୁନ୍ଦର ଭାବରେ ଶିକ୍ଷକ ଓ ଶିକ୍ଷୟତ୍ରୀମାନେ କିପରି ଚିନ୍ତମୁକ୍ତ ରହି ଆନନ୍ଦମୟ ଶିକ୍ଷା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏକ ଦାୟିତ୍ୱବାନ ଶିକ୍ଷକ ହୋଇ ପରିବେ ତାହା ଉପରେ ଆଲୋକପାତ କରିଥିଲେ । ଦୀର୍ଘ ଦୁଇ ଦିନ ଧରି ବିଭିନ୍ନ ଅଧିବେଶନରେ ଡି. ଆଇ. ଇ. ଟି.ର ତାଲିମ୍‌ ଦାତାମାନେ ଅନେକ ଶିକ୍ଷା ପଦ୍ଧତି ଉପରେ ତାଲିମ ଦେଇଥିଲେ । ଅଂଶଗ୍ରହଣକାରୀମାନେ ବିଭିନ୍ନ ଉପାୟରେ ଆନନ୍ଦମୟ ଶିକ୍ଷା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିନ ଉଦ୍‌ଯାପନୀ ଉତ୍ସବରେ ଡ. ଜ୍ୟୋତି କୁମାର ଦାଶ, ସୁଭ୍ରତା ଜେନା, ଆଂଚଳିକ ପରିଚାଳକ, ଡ. ସୁଧୀର ସାହୁ ସହ-ପ୍ରଫେସର ବି.ଏଡ୍‌. କଲେଜ, ଟୁ ଫିଟ୍‌ ଆହେଡ୍‌ ଟୁ ଗେଦର ପ୍ରୋଜେକ୍ଟ ଗୀତ ‘ଆସ ଆସ ଭାଇ ବୁହେନ୍‌ ପାଠ ପଢି କରି ହେମା ବଳବାନ’ ଉନ୍ମୋଚନ କରିଥିଲେ । ଶେଷରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରି ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମ ସମାପ୍ତ କରାଯାଇଥିଲା । କାର୍ଯ୍ୟକ୍ରମକୁ ରୁଷାଲି ଦେବୀ ଓ ଯୋଗେଶ୍ୱର ପ୍ରଧାନ ପରିଚାଳନା କରିଥିବା ବେଳେ ଅନ୍ୟ ସହକର୍ମୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.