csstore

ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ ସମ୍ବଲପୁରୀ ଦିବସ ପାଳିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଅଗଷ୍ଟ ମାସର ୧ ତାରିଖକୁ ସମ୍ବଲପୁରୀ ଦିବସ ରୂପେ ପଶ୍ଚିମ ଓଡ଼ିଶାରେ ପାଳନ କରାଯାଉଥିବା ବେଳେ ଟିଟିଲାଗଡ଼ ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀ ଦାଦିଜୀ ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲର ଜୁନିଅର୍‌ ଓ ସିନିଅର୍‌ ୱିଂସରେ ମଧ୍ୟ ପାଳନ କରାଯାଇଛି । ସ୍କୁଲ ଛାତ୍ରଛାତ୍ରୀ ମାନେ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ସ୍କୁଲକୁ ଯାଇଥିଲେ । ସେଠାରେ ସମ୍ବଲପୁରୀ ଦିବସ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ସମ୍ବଲପୁରୀ ନୃତ୍ୟ, ଗୀତ, ବକ୍ତୃତା, ରେମ୍ପୱାକ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀ ମାନେ ନୃତ୍ୟ ପରିବେଷଣ କରିଥିଲେ । ନିଜର ଭାଷା ସଂସ୍କୃତି ବିଷୟରେ ଅବଗତ କରାଇବା ପାଇଁ ଏହି ପ୍ରୟାସ ସ୍କୁଲ ତରଫରୁ କରାଯାଇଥିଲା । ଛୁଆ ମାନଙ୍କ ପାଇଁ ସମ୍ବଲପୁରୀ ଗହଣା, ବାଜା, ଆମର ସମ୍ବଲପୁରୀ ଖାଦ୍ୟର ମେଳା ଅନୁଷ୍ଠିତ ହୋଇଥିଲା । ଏହି ଦିବସକୁ ପାଳନ କରିବାରେ ସ୍କୁଲ ଅଧ୍ୟକ୍ଷା ଡ. ସୁନନ୍ଦା ଜତି, ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଡାଇରେକ୍ଟର ଏଡ୍‌ମିନିଷ୍ଟ୍ରେସନ୍‌ ଧରିତ୍ରୀ ମହାନ୍ତି, ନୃତ୍ୟଗୁରୁ ଟୁଲୁ ପଟ୍ଟନାୟକ, ନୀତିନ ଭଟ୍ଟାଚାର୍ଯ୍ୟ, ମୁଖ୍ୟ ପରିଚାଳକ ଜେ. ଏସ୍‌. ଲକ୍ଷ୍ମୀ, ଅନୁପମା ଚୌଧୁରୀ, ପ୍ରୋଗ୍ରାମ କୋର୍ଡିନେଟର ସସ୍ମିତା ଷଡ଼ଙ୍ଗୀଙ୍କ ସମେତ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ, ଶିକ୍ଷୟତ୍ରୀ ପରିଚାଳନା କରିବାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.