ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଚନ୍ଦନଭାଟି ଗ୍ରାମ ପଞ୍ଚାୟତର ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆଶିଷ କୁମାର ମିଶ୍ର ଅବସର ଗ୍ରହଣ କରିଛନ୍ତି । ଏଇ ଅବସରରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତିତ୍ୱ କରିଥିଲେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଧାନ, ସମ୍ମାନିତ ଅତିଥି ଭାବରେ ଗୋଗ ଦେଇଥିଲେ ଶିକ୍ଷକ ପ୍ରଦୀପ କୁମାର ଖମାରୀ, ରାଜ କୁମାର ବରାଡ, ପ୍ରମୋଦ କୁମାର ପ୍ରଧାନ, ମହାଦେବ ମେସୱା, ସିଆର୍‌ସିସି ବେଣୁଧର ମାଝୀ, ମମତା ଠେଲା, ମୋ ବିଦ୍ୟାଳୟ ସଭାପତି ରାଜେଶ ପଧାନ, ସଭାପତି ହେମନ୍ତ ସେଠ୍, ଶିକ୍ଷକ ରଙ୍ଗାଧର ସାଏ ଉପସ୍ଥିତ ରହିଥିଲେ । ପ୍ରଥମେ ବିଦ୍ୟାଦାତା ଶ୍ରୀ ଗଣେଶଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ବିଦାୟୀ ଶିକ୍ଷକ ଆଶିଷ କୁମାର ମିଶ୍ରଙ୍କୁ ଛାତ୍ରଛାତ୍ରୀମାନେ ପାଦଧୌତ କରିଥିଲେ । ପରେ ବକ୍ତାମାନେ ଶ୍ରୀ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ । ଛାତ୍ରଛାତ୍ରୀ, ଶିକ୍ଷକ ତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଅନେକଗୁଡ଼ିଏ ଉପହାର ଦେଇଥିଲେ । ଶେଷରେ ଶିକ୍ଷକ ରାମଚନ୍ଦ୍ର ଦୀପ ଧନ୍ୟବାଦ ଅର୍ପଣ କରିଥିଲେ । ସଭାକାର୍ଯ୍ୟ ପରିଚାଳନା କରିଥିଲେ ଶିଶୁ ସାହିତ୍ୟିକ ତଥା ଶିକ୍ଷକ ଗୋପୀନାଥ ଦଣ୍ଡସେନା । ଏଇ ଅବସରରେ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ବଢ଼େଇ, ଚିକୁ ପଧାନ, ଶାନ୍ତନୁ ଧରୁଆ, ସୁରେଶ ଧରୁଆ, ବିବେକା ଧରୁଆ, କାଳିଆ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରଞ୍ଜିତା ପଧାନ, ସରସ୍ୱତୀ ସେଠ୍ ତଥା ସାଲେପାଲି ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ।

Leave A Reply

Your email address will not be published.