ଅବସର ଗ୍ରହଣ କଲେ ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ

ଖଡ଼ିଆଳ, (କେପିଏନ୍‌ଏସ୍‌) : ଖଡ଼ିଆଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଶିକ୍ଷୟିତ୍ରୀ ପ୍ରହାସିନୀ ପାଢ଼ୀ ଦୀର୍ଘ ଛତିଶ ବର୍ଷ ଶିକ୍ଷାଦାନ ପରେ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ପ୍ରଧାନ ଶିକ୍ଷୟିତ୍ରୀ ଗୀତା ଯୋଶୀଙ୍କ ସଭାପତିତ୍ୱରେ ଏକ ବିଦାୟ ସମ୍ବର୍ଦ୍ଧନା ସଭାର ଆୟୋଜନ ହୋଇଥିବା ବେଳେ ଏଥିରେ ଶିକ୍ଷକ, ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଶ୍ରୀମତୀ ପାଢ଼ୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଶ୍ରୀମତୀ ପାଢ଼ୀ ପୂର୍ବରୁ ରାଜା ଏଟି, କେସିଙ୍ଗା, ବୁଧିକୋମନା ଆଦି ସ୍କୁଲରେ ଉତ୍ତମ ଦାୟିତ୍ୱ ତୁଳାଇ ପ୍ରଶଂସା ଅର୍ଜନ କରିଥିଲେ । ସେ ଏକାଧାରରେ ଜଣେ ସୁସାହିତ୍ୟିକା, ସୁବକ୍ତା, ଜିଲ୍ଲା ମାଧ୍ୟମିକ ଶିକ୍ଷା ଇଂରାଜୀ ସାଧନ କର୍ମୀ । ଛାତ୍ରଛାତ୍ରୀ ଓ ସହକର୍ମୀମାନଙ୍କ ପାଇଁ ସେ ଜଣେ ଆଦର୍ଶ ଶିକ୍ଷୟିତ୍ରୀ ଭାବେ ସୁନାମ ଅର୍ଜନ କରିଛନ୍ତି । ଗୁଣାତ୍ମକ ଶିକ୍ଷାଦାନ, ସମୟାନୁବର୍ତ୍ତିତା ତଥା ଶୃଙ୍ଖଳା କ୍ଷେତ୍ରରେ ଶ୍ରୀମତୀ ପାଢ଼ୀଙ୍କ ଅବଦାନ ଅତୁଳନୀୟ ବୋଲି କୁହାଯାଇଛି ।

Leave A Reply

Your email address will not be published.