csstore

ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍‌ : ଡ୍ରାଇଭର୍‌ ଗୁରୁତର, ୭ ଆହତ

ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ସିଂଲା ଥାନା ପୁଟୁରା ନିକଟରେ ଭାରସାମ୍ୟ ହରାଇ ଏକ ଘରୋଇ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାର ଶିକାର ହୋଇଛି । ସୂଚନା ଅନୁସାରେ ଆଜି ସକାଳ ୬ଟା ସମୟରେ ନୂପୁର ନାମକ ଯାତ୍ରୀବାହୀ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ବାଲିଆପାଳରୁ ବାଲେଶ୍ଵର ଅଭିମୁଖେ ଯାଉଥିବା ବେଳେ ସିଂଲା ଥାନା ପୁଟୁରା ନିକଟରେ ବସ୍‌ର ଆଗ ଚକା ଫାଟି ଯିବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା ପାଶ୍ୱର୍ରେ ଥିବା ଗଛକୁ ଧକ୍କା ଦେଇଥିଲା । ଫଳରେ ବସ୍‌ର ସାମ୍ନା ପାଖଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ଡ୍ରାଇଭର୍‌ ଜଣକ ଚାପି ହୋଇଯାଇଥିଲେ । ବସ୍‌ରେ ଥିବା ସମସ୍ତ ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ ସାତଜଣ ସାମାନ୍ୟ ଆହତ ହୋଇଥିଲେ । ଖବର ପାଇ ସିଂଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ବସ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ ।

jayashree
Leave A Reply

Your email address will not be published.