ମୁମ୍ବାଇରେ ଭୁଶୁଡ଼ିଲା ତିନି ମହଲା କୋଠା

ମୁମ୍ବାଇ : ନବି ମୁମ୍ବାଇରେ ଏକ ତିନି ମହଲା ବିିଶିଷ୍ଟ କୋଠା ଭୁଶୁଡ଼ି ପଡ଼ିଛି । କୋଠା ଭୁଶୁଡ଼ି ଥିବା ବେଳେ ସେଥିରେ ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ମଧ୍ୟରେ ଶାହାବାଜ ଗ୍ରାମରେ ଏହି ଘଟଣା ଘଟିଛି । ଭୁଶୁଡ଼ି ପଡ଼ିଥିବା କୋଠାର ଭଗ୍ନସ୍ତୁପ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଚାଲିଛି । ପୁଲିସ, ଅଗ୍ନିଶମ ବାହିନୀ ଏବଂ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.