oom

ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ଭେଟିଲେ ଆଶା ଓ ସତ୍କାରର ସଭ୍ୟ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର ପୂରାତନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଶା ଓ ସତ୍କାରର କର୍ମକର୍ତ୍ତା ତଥା ସଦସ୍ୟ ମାନେ ଆଜି ପଦ୍ମପୁର ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ତାଙ୍କ ଅଫିସ ପ୍ରକୋଷ୍ଠରେ ସାକ୍ଷାତ କରି ଚିକିତ୍ସାଳୟର ବିଭିନ୍ନ ଅସୁବିଧା ଏବଂ ଏହାର ନିରାକରଣ ଉପରେ ଆଲୋଚନା କରିଛନ୍ତି । ଚିକିତ୍ସାଳୟରେ ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ, ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ, ଫାର୍ମାସି ପଦବୀ ପୂରଣ, ନର୍ସିଂ ଅଫିସର ପଦବୀ ଏବଂ ପାରାମେଡ଼ିକାଲ ଷ୍ଟାଫ ପଦବୀ ପୂରଣ, ତଥା ଚିକିତ୍ସାଳୟର ପରିମଳ ବ୍ୟବସ୍ଥାର ଉନ୍ନତିକରଣ ଏବଂ ଆନ୍ୟାନ୍ୟ ଆନୁଷଙ୍ଗିକ ଅସୁବିଧା ଉପରେ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ଏହାର ସମାଧାନ କରିବା ପାଇଁ ଦାବୀ ଜଣାଇଛନ୍ତି । ଉପଖଣ୍ଡ ଚିକିତ୍ସାଳୟର ଅଧିକାରୀ ଡାକ୍ତର ଆଶୁତୋଷ ହୋତା ଦାବୀ ଗୁଡିକୁ ଅନୁଧ୍ୟାନ କରି ଅତିଶୀଘ୍ର ତାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହି ପ୍ରତିନିଧିଦଳରେ ଅନୁଷ୍ଠାନର ସଭାପତି ନିରୋଜ ଦୋରା, ଉପସଭାପତି ରାଧେଶ୍ୟାମ ବେହେରା, ସଂପାଦକ ଅଜିତ ଶତପଥୀଙ୍କ ସହିତ କାର୍ଯ୍ୟ କାରିଣୀର ସଦସ୍ୟ, ଅଶୋକ ଦାନୀ, ଶେଖ୍ ସମିଉଲ ହୁସେନ, ବିଜୟ ବହିଦାର, ଅଖିଲ କାନୁନଗୋ, ଦିଲ୍ଲୀପ ସାହୁ ପ୍ରମୁଖ ଉପସ୍ଥିତ ହୋଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.