ଭାରସାମ୍ୟ ହରାଇ ଓଲଟିଲା ବୋଲ୍‌ବମ୍ ଭକ୍ତଙ୍କ ପିକ୍‌ଅପ୍ ଭ୍ୟାନ୍ : ୪ ଗୁରୁତର, ୧୦ ଆହତ

ଢେଙ୍କାନାଳ : ଭାରସାମ୍ୟ ହରାଇ ଓଲଟିଲା ବୋଲ୍‌ବମ୍ ଭକ୍ତଙ୍କୁ ନେଇ ଯାଉଥିବା ପିକ୍‌ଅପ୍ ଭ୍ୟାନ୍ । ୫୫ନଂ ଜାତୀୟ ରାଜପଥ ଢେଙ୍କାନାଳ ଜିଲ୍ଲା ତେନ୍ତୁଳିଆପଡା ଛକରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ହୋଇଥିବା ବେଳେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ବରଗଡ଼ ଜିଲ୍ଲା ହରିଶଙ୍କରପୀଠରେ ଜଳଲାଗି କରି ବୋଲ୍‌ବମ୍ ଭକ୍ତମାନେ ଏକ ପିକ୍‌ଅପ୍ ଭ୍ୟାନ୍‌ରେ ଫେରୁଥିଲେ । ଦ୍ରୁତବେଗରେ ଆସୁଥିବା ଏହି ପିକ୍‌ଅପ୍‌ ଭ୍ୟାନ୍‌ନଟି ଭାରସାମ୍ୟ ହରାଇ ଏନ୍‌ଏଚ୍‌-୫୫ରେ ରାସ୍ତା ପାଶ୍ୱର୍କୁ ଓଲଟି ପଡିଛି । ଫଳରେ ପିକ୍‌ଅପ୍ ଭ୍ୟାନ୍‌ରେ ଧିବା ଉଭୟ ପୁରୁଷ ଓ ମହିଳା ୨୫ ଜଣ ବୋଲ୍‌ବମ୍ ଭକ୍ତ ଏହି ଦୁର୍ଘଟଣାର ଶିକାର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.