ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ନଜର ଆସିବେ ଦିଶା ପଟାନୀ ଫିଲ୍ମ ‘ରାଧେ’ରେ

ମୁମ୍ବାଇ : ଫିଲ୍ମ ‘ରାଧେ’ରେ ନଜର ଆସିବେ ଅଭିନେତ୍ରୀ ଦିଶା ପଟାନୀ । ସେ ଅଭିନେତା ଟାଇଗର ସ୍ରଫଙ୍କୁ ଡେଟ୍‌ କରୁଥିବା ଶୁଣିବାକୁ ମିଳୁଛି । କିନ୍ତୁ ‘ରାଧେ’ର ସେଟ୍‌ ଉପରେ ମିଳିଥିବା ସୂଚନା ଅନୁସାରେ ସଲମାନ ଖାନଙ୍କ ଚଳଚିତ୍ର ‘ରାଧେ’ରେ ଦିଶା ପାଟାନୀ, ଜ୍ୟାକି ସ୍ରଫଙ୍କ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି । ପୂର୍ବରୁ ‘ଭାରତ’ ଚଳଚିତ୍ରରେ ଉଭୟ ଅଭିନୟ କରିଥିଲେ ସତ, କିନ୍ତୁ ଏକାସହ କୌଣସିଥିରେ ଅଭିନୟ କରିନଥିଲେ । ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ଆଗାମୀ ଚଳଚିତ୍ରରେ ପଟାନୀ ଏବଂ ସର୍ଫଙ୍କର ଏକାଠି ଅନେକ ଦୃଶ୍ୟ ରହିଛି । ଉଭୟ ପରସ୍ପର ସହ କାମ କରିବା ପାଇଁ ସୁଯୋଗ ପାଇଛନ୍ତି । ଚଳଚିତ୍ର ‘ଭାରତ’ରେ ସ୍କ୍ରିନ ସେୟାର କରିବାର ସୁଯୋଗ ପାଇନଥିଲେ । କିନ୍ତୁ ବର୍ତ୍ତମାନ ‘ରାଧେ’ରେ ସେମାନଙ୍କୁ ଏକାସାଙ୍ଗରେ ବଡ ଭାଇ ଏବଂ ସାନ ଭଉଣୀ ଭୂମିକାରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.