lika

ରାଜ୍ୟରେ ଆଜି ୨୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

gbag

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୨୩୦ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୯୬ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୪, ବାଲେଶ୍ୱରରୁ ୧୦, ବରଗଡ଼ରୁ ୧୭, ଭଦ୍ରକରୁ ୨, ବଲାଙ୍ଗିରରୁ ୧୮, ବୌଦ୍ଧରୁ ୨, କଟକରୁ ୧୨, ଦେଓଗଡରୁ ୧, ଗଞ୍ଜାମରୁ ୪, ଜଗତସିଂହପୁରରୁ ୫, ଯାଜପୁରରୁ ୧୫, ଝାରସୁଗୁଡ଼ାରୁ ୧୪, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୬, କେଉଁଝରରୁ ୩, ଖୋର୍ଦ୍ଧାରୁ ୧୨, ମୟୁରଭଂଜରୁ ୧୧, ନବରଙ୍ଗପୁରରୁ ୧, ନୂଆପଡ଼ାରୁ ୧୧, ପୁରୀରୁ ୧୦, ସମ୍ବଲପୁରରୁ ୧୫, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୩୦ ଓ ଷ୍ଟେଟ ପୁଲ୍‌ରୁ ୨ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୨୨୦୨ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

babaa
Leave A Reply

Your email address will not be published.