ବାରିପଦାର ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବାରିପଦା : ବାରିପଦା ସ୍ଥିତ ଘରୋଇ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ । ଭୋର୍ ୪ଟା ସମୟରେ ହସ୍ପିଟାଲ୍‌ର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ସୂଚନାନୁଯାୟୀ, ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ସାଇ ହସ୍ପିଟାଲ୍‌ର ଦ୍ଵିତୀୟ ମହଲାରେ ଥିବା ଆଇସିୟୁ ଡ୍ୟୁଟି ରୁମ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ବାରିପଦା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରାଯାଇଛି । ସଟ୍ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ।

Leave A Reply

Your email address will not be published.