ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ରାମ-ବଳରାମ ବେଶ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ସମାଗମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରରେ ବିଭିନ୍ନ ଜଗନ୍ନାଥ ମନ୍ଦିର ପକ୍ଷରୁ ଆଡ଼ପ ମଣ୍ଡପରେ ଶ୍ରୀଜୀଉଙ୍କ ୧୦ ଅବତାର ବେଶ ଲାଗି ହୋଇଛି । ପ୍ରତିଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଅଗଣିତ ଭକ୍ତଙ୍କ ଗହଳ ଚହଳ ଲାଗି ରହିଛି । ଛତ୍ରପୁର ସହରର ରିକାପଲ୍ଲୀ ଆଡ଼ପ ଘରେ ଏବଂ ଉପରବଜାରର ଦାସିରୀ ଜଗନ୍ନାଥ ଆଡ଼ପ ମଣ୍ଡପରେ ଶ୍ରୀପତିତପାବନ ଜୀଉଙ୍କ ଦଶ ଅବତାର ବେଶ ଲାଗି ହୁଏ । ମେଇନ୍ ରୋଡ଼ ମଝିବଜାରରେ ଅବସ୍ଥିତ ରାଜାଘର ଶ୍ରୀ ଜଗନ୍ନାଥଙ୍କ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ବେଶ ଦେଖିବା ପାଇଁ ଅଗଣିତ ଭକ୍ତଙ୍କ ସମାଗମ ହୋଇଥାଏ । ଏଠାରେ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନୀତିକାନ୍ତି ଭଳି ଏଠାରେ ନିଆରା ପରମ୍ପରା ପ୍ରଚଳିତ ଥିବା ଦେଖାଯାଏ । ପ୍ରତିଦିନ ସନ୍ଧ୍ୟାରେ ବେଶ ଲାଗି ହୁଏ । ମତ୍ସ୍ୟ, କଛପ, ବରାହ, ନୃସିଂହ, ବାମନ, ପର୍ଶୁରାମ ଅବତାର ବେଶ ଲାଗି ହୋଇ ଆସିଥିବା ବେଳେ ଏଠାରେ ଶନିବାର ସନ୍ଧ୍ୟାରେ ଶ୍ରୀ ଜଗନ୍ନାଥଙ୍କ ରାମ ବେଶ ଓ ବଳଭଦ୍ର ସ୍ଵାମୀଙ୍କ ବଳରାମ ବେଶ ଖୁବ୍ ନିଆରା ଥିଲା । ଏହି ନିଆରା ପରମ୍ପରା ପ୍ରଚଳିତ ଥିବା ଶ୍ରୀମନ୍ଦିର ସଂସ୍କୃତି ସମ୍ପନ୍ନ ଶ୍ରୀଜୀଉଙ୍କ ପୂଜା ଆରାଧନା ଓ ଦିଅଁଙ୍କ ଦର୍ଶନରେ ଅଗଣିତ ଶ୍ରଦ୍ଧାଳୁ ଭକ୍ତମାନେ ଅନେକ ଆନନ୍ଦ ଲାଭ କରିଛନ୍ତି । ଛତ୍ରପୁର ସହରରେ ପ୍ରଚଳିତ ଶ୍ରୀ ଜଗନ୍ନାଥ ସଂସ୍କୃତି ପରମ୍ପରା ଏକ ଅନନ୍ୟ ନିଆରା ପରମ୍ପରା ଅଟେ ବୋଲି ସାଧାରଣରେ କୁହାଯାଏ ।

Leave A Reply

Your email address will not be published.