oom

ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନ ମହୋତ୍ସବ କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଡଭା ଠାରେ ଯୁବକବି ସତ୍ୟଭୂଷଣ ସାହୁଙ୍କ ସଂଯୋଜନାରେ ‘ମାଁ ପାଇଁ ଗଛଟିଏ’ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଯୁବ ରେଡ୍‌କ୍ରସ୍ ସଂସ୍ଥା ଆୟୋଜନ କରିଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଥପା, ଯୁବ ରେଡ୍‌କ୍ରସ୍ ସଂସ୍ଥାର କାଉନ୍‌ସିଲର୍‌ ସଂଜୀବ କୁମାର ସାହୁ, ଦୟାସାଗର ନାୟକ, ଅଧ୍ୟାପକ ରଜତ ପ୍ରଧାନ, ସୁଧିର କୁମାର ରଥ, ଯୁବକବି ସତ୍ୟଭୂଷଣ ସାହୁ, ଫରେଷ୍ଟ ଗାର୍ଡ ପ୍ରତିମା ସୁନା, ମଦନ ଡଣ୍ଡସେନା, ଗିରିସ୍ ଡଣ୍ଡସେନା ଓ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ହେମନ୍ତ ଚରଣ ସାହୁ ଓ ଅଶୋକ ସାହୁ ଯୋଗଦାନ କରିଥିଲେ । ଏହି ବନ ମହୋତ୍ସବରେ ୨୦୦ଟି ସାଗୁଆନ୍, ଶିଶୋ, କରଞ୍ଜ, ଅଁଳା, ବାହାଡା, ଜାମୁକୋଳି, ପିଜୁଳି, ଅମୃତଭଣ୍ଡା ଓ ସଜନା ଚାରାରୋପଣ କରାଯାଇଥିଲା । ଶେଷରେ ସଂଜୀବ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.