ନିଜ ଭଉଣୀ ସହ ମିଶି ଭାଇ କରିଥିଲା ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହାକୁରପାଲି ଗାଁରେ ଘରେ ପଶି ଚୋରି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ । ନିଜ ଭଉଣୀ ସହ ମିଶି ଶାଶୁ ଘରେ ଡକାୟତି ଷଡଯନ୍ତ୍ର କରିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା ଓ ସୁନାଗହଣା ମଧ୍ୟ ଉଦ୍ଧାର କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ପୁଇଁତଲା ଥାନା ବିଲେଇସର୍ଡା ଗାଁର ପ୍ରଶାନ୍ତ ଭାଟି । ତାଙ୍କ ଠାରୁ ନଗଦ ୬ ଲକ୍ଷ ୩୮ ହଜାର ୭୦୦ ଟଙ୍କା ଓ ସୁନା ଗହଣା ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଅଭିଯୋଗକାରୀ ଇନ୍ଦ୍ରମଣୀଙ୍କ ସାନ ପୁତ୍ରବଧୂ ନିଜ ଭାଇ ସହ ଏହି ଚୋରି ଯୋଜନା କରିଥିଲେ । ଚୋରି କରିବା ପାଇଁ ଘଟଣା ଦିନ ସେ ନିଜ ଶାଶୁ ଗୁରୁବାରୀ ନାଗଙ୍କୁ ବାହାରକୁ ଉଦ୍ଦେଶ୍ୟମୂଳକ ଭାବେ କବାଟ ଖୋଲି ଡାକି ନେଇଥିଲେ । ଏହାପରେ ତାଙ୍କ ଭାଇ ପ୍ରଶାନ୍ତ ଭାଟି ଏହି ଚୋରି କରିଥିବା ନେଇ ପୁଲିସ ପ୍ରଶାନ୍ତ ଭାଟିକୁ ଗିରଫ କରିଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଗିରଫ କରିନାହିଁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.