oom

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବାର ମୃର୍ତ୍ତିମନ୍ତ ପ୍ରତିକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ସପ୍ତାହ ଅବସରରେ ‘ସମାଜ’ ବଲାଙ୍ଗିର ସଂସ୍କରଣ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ମୁଖ୍ୟଅତିଥି, ପୌରାଧ୍ୟକ୍ଷା ଲିକା ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିବିରର ଶୁଭାରମ୍ଭ କରିଥିଲେ । ଲଗାଣ ବର୍ଷା ସତ୍ତ୍ୱେ ଅପରାହ୍ନ ଯାଏଁ ରକ୍ତଦାତା ରକ୍ତଦାନ କରିଥିଲେ । ବିଶିକେଶନ ମଲ୍ଲିକ, ସୁବାସ ବେହେରା, ସୋନାଲି ରାଉତ, ଜୟନ୍ତ ସାହୁ, ଉନ୍ନତ ଦତ୍ତ, ସୁଜାତା ସାମଲ, ସନ୍ତୋଷ ଦାସ, ରିଙ୍କୁ ଦାସ, ଜଶନ କର, ସଞ୍ଜୟ ସା, ସୁପୁନ ସାହୁ, ଏମ୍‌.ଡି ସଫଲ, ଦୁଷ୍ମନ୍ତ ମାଝୀ, ସାମ ମୁଣ୍ଡା, ଭରତ ମାଝୀ, ଆନନ୍ଦ ପୁଟେଲ, ଆଶିଷ ବି, ତ୍ରିଲୋଚନ ମଣ୍ଡଳ, ନମ ବାଗ, ଦେବେନ୍ଦ୍ର ପଟ୍ଟନାୟକ, ସୁରଜ ଜେନା, ମନୋଜ ନାଏକ, ଘାସିରାମ ମାଝୀ, ପ୍ରିୟାଂଶୁ ମେର୍ଲି, ଦେବେନ୍ଦ୍ର ଓରାମ, ଦେବରାଜ ସା, ଅଜୟ ସାମଲ, ମନୋରଞ୍ଜନ ଗିରି, ଦିବ୍ୟଲୋଚନ ଜେନା, ରାଜେଶ ଦାସ, ପ୍ରମୋଦ ପୁଟେଲ, ନିତ୍ୟାନନ୍ଦ ସେଠ, ଶାନ୍ତନୁ ପାତ୍ର, ତ୍ରିଲୋଚନ ଜେନା, ଦଶରଥ ମୁର୍ମୁ, ଦେବିପ୍ରସାଦ ପାତ୍ର, ସରୋଜ ସାହୁ, ବିବେକାନନ୍ଦ ପଟେଲ, ରାଜକିଶୋର ପଟେଲ, ପ୍ରଭଞ୍ଜନ ପଟେଲ, ବିନିତ ମିଶ୍ରଙ୍କ ସହ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ସରୋଜ ସାହୁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପରାସର ବାଗ, ‘ସମାଜ’ ବଲାଙ୍ଗିର ସଂସ୍କରଣର ଭାରପ୍ରାପ୍ତ ଶାଖା ପରିଚାଳକ ପାର୍ଥ ମହାପାତ୍ର ପ୍ରମୁଖ ରକ୍ତଦାନ କରିଥିଲେ । ଭୀମ ଭୋଇ ରକ୍ତଭଣ୍ଡାରର ମେଡିକାଲ ଅଫିସର୍‌ ଡା.ସୁମିତ ମୁଣ୍ଡ, ଗଙ୍ଗାଧର ପଧାନ, ଶେଖ୍ ଅବଦୁଲ ସରାଫ, ରିପୁରାଜ ମେହେର, ପରମାନନ୍ଦ କୁଅଁର, ଚନ୍ଦ୍ରପ୍ରକାଶ ନାଗ, ଦେବେନ୍ଦ୍ର ନନ୍ଦ, ସୁଶୀଲ ସୁନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ୍‌ର ଆବାହକ ସୋମନାଥ ମିଶ୍ର, ୮୪ ଘର ଅଘରିଆ ସମାଜର ଜିଲା ସଭାପତି ଶୁଭ୍ରାଂଶୁ ପଟେଲ, ଜିଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ଫୁଟବଲ ଖେଳାଳି ଜିତୁ ଦଳାଇ, ‘ସମାଜ’ ସଂପାଦନା ବିଭାଗ ମୁଖ୍ୟ ଯୋଗେଶ ବଢେଇ, ରିପୋର୍ଟର୍‌ ତଥା ସହ ସଂପାଦକ ବଳରାମ ମିଶ୍ର, ବିଜ୍ଞାପନ ବିଭାଗ ମୁଖ୍ୟ ରଶ୍ମିରଞ୍ଜନ ପଟ୍ଟନାୟକ, ସହ ସଂପାଦକ ସୁବ୍ରତ ସାହୁ, ସଂପାଦନା ବିଭାଗର ଲକ୍ଷ୍ମୀଧର ସାହୁ, ପ୍ରସାରଣ ବିଭାଗ ମୁଖ୍ୟ କରନଜିତ ମହାନ୍ତି, ଅରୁଣ ମେର୍ଲି ରକ୍ତଦାତାଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.