csstore

ମେଲଛାମୁଣ୍ଡା ଗ୍ରାମପଞ୍ଚାୟତରେ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ମେଲଛାମୁଣ୍ଡା ଗ୍ରାମ ପଞ୍ଚାୟତରେ ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ମେଲଛାମୁଣ୍ଡା ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଏକ ବୈଠକରେ ପ୍ରକୃତିବଂଧୁ ମୀନକେତନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ ଓ ସଂରକ୍ଷଣ, ଜଙ୍ଗଲ ସୁରକ୍ଷା, ବିଶ୍ୱ ଉତ୍ତାପନ ଓ ଜୀବଜଗତ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ ପରିବେଶ ସୁରକ୍ଷା ସଂପର୍କିତ ବକ୍ତବ୍ୟ ପ୍ରଦାନ ସହ ପ୍ରତ୍ୟେକ ଗ୍ରାମ ଗୁଡିକରେ ସଚେତନତା ସଭା କରି ସମସ୍ତଙ୍କ ମିଳିତ ଉଦ୍ୟମରେ ବୃକ୍ଷରୋପଣ ସହିତ ସଂରକ୍ଷଣକୁ ଆଗେଇ ନେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏମ୍‌ବିକେ ସଂଯୁକ୍ତା କର୍ଣ୍ଣେଲ, କୃଷି ମିତ୍ର ରଶ୍ମିରେଖା ଦେବତା, ବିଷ୍ଣୁପ୍ରିୟା ପଟେଲ, ପ୍ରେମବତୀ ଭୋଇ, ପ୍ରାଣୀ ମିତ୍ର ମୀରାବତୀ ସେଠ, ଚନ୍ଦ୍ରିକା ଭୋଇ, ସିଆର୍‌ପିସିଏମ୍ ଯଶୋବନ୍ତୀ ଭୋଇ, ପୂର୍ଣ୍ଣିମା ଗହିର, ପାର୍ବତୀ ସାହୁ, ସଶ୍ମିତା ସୁନା, କସ୍ତୁରୀ ଭୁଏ, ଶାନ୍ତି ସାହୁ, ବିଳାସିନୀ ସାହୁ, ପଦ୍ମିନୀ ବାଗ, ପ୍ରେମାବତୀ ସାହୁ ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ଅଂଶଗ୍ରହଣ କରି ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଗ୍ରାମପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ତ୍ୱରାନ୍ୱିତ କରିବାକୁ ମତ ପ୍ରକାଶ କରିଥିଲେ । ସରପଞ୍ଚ ପ୍ରତ୍ୟୁଷ ରଞ୍ଜନ ଭୋଇ ଓ ପ୍ରକୃତିବଂଧୁ ମୀନକେତନ ସାହୁଙ୍କ ନେତୃତ୍ୱରେ ଉପସ୍ଥିତ ଏମ୍‌ବିକେ, ସିଆର୍‌ପିସିଏମ୍‌, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳା ବୃନ୍ଦ ବନବିଭାଗର ନର୍ସରୀ ଠାରୁ ବିଭିନ୍ନ ପ୍ରକାରର ଗଛ ହାତରେ ଧରି ପରିବେଶ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ସହିତ ଗ୍ରାମ ପରିକ୍ରମା କରିଥିଲେ ।

jayashree
Leave A Reply

Your email address will not be published.