ହେରା ପଞ୍ଚମୀରେ ଲକ୍ଷ୍ମୀ ଭାଙ୍ଗିଲେ ରଥ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନୃସିଂହନାଥ ମନ୍ଦିରରୁ ମହାଲକ୍ଷ୍ମୀ ତାଙ୍କ ରଥରେ ବାହାରି ପାଇକମାଲ ମାଉସୀ ମାଁ ମନ୍ଦିର ନିକଟକୁ ଆସିଥିଲେ । ମାଉସା ମାଁ ଘର ସମୁଖରେ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ରଥକୁ ରାଗରେ ଭାଙ୍ଗିଥିଲେ । ସ୍ୱିତିୟା ଦିନ ମହାପ୍ରଭୁ ଜଗନ୍ନାଥ ତାଙ୍କ ବଡଭାଇ, ଭଉଣୀଙ୍କୁ ଧରି ମହାଲକ୍ଷ୍ମୀଙ୍କୁ ଛାଡିଦେଇ ମାଉସୀ ଘରକୁ ଆସିଥିଲେ । ୫ ଦିନ ହେବ ମହାପ୍ରଭୁ ଜଗନ୍ନାଥ ଘରକୁ ନଫେରିବାରୁ ରାଗରେ ମହାଲକ୍ଷ୍ମୀ ମାଉସୀ ଘରକୁ ଯାଇ ରଥ ଭାଙ୍ଗିସାରିବା ପରେ ନିଜ ମନ୍ଦିରକୁ ଫେରି ଆସିଥିଲେ । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବ୍ରହ୍ମଣ ସମାଜର କର୍ମକର୍ତ୍ତା ସୁନିଲ ପୁରୋହିତ, ଆକାଶ ପାଣିଗ୍ରାହୀ, ମାତୃପ୍ରସାଦ ରଥ, ପ୍ରିତେଶ ବଡପଣ୍ତା ତଥା ନୃସିଂହନାଥ ମନ୍ଦିର ପୂଜକମାନେ ସହଯୋଗ କରିଥିଲେ । ଫେରିବା ସମୟରେ ପାଇକମାଲ, ନରସିଂହପଡା, ଜର୍ଜଗଡ, ଦଣ୍ତପାଟ, ଦୁର୍ଗାପାଲି ମାଁ ଭଉଣୀମାନେ ଏକତ୍ରିତ ହୋଇ ନିଜ ନିଜ ଘର ସମ୍ମୁଖରେ ମା’ ଲକ୍ଷ୍ମୀଙ୍କୁ ପୂଜା ଅର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.