oom

ବିଜୟପଲ୍ଲୀରେ ବନ ମହୋତ୍ସବ ସପ୍ତାହ

jsmm

ବରଗଡ, (ନିରୋଜ କୁମାର ପାଣୀ) : ବରପାଲି ବ୍ଲକ ଅନ୍ତର୍ଗତ ବିଜୟପଲ୍ଲୀ ସେବାଶ୍ରମ ହାଇସ୍କୁଲରେ ୭୫ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଛି । ଜିଲ୍ଲା ପରିବେଶ ସମିତି, ଜିଲ୍ଲା ପରିବେଶ ସଚେତନତା ସମିତି ପକ୍ଷରୁ ଓ ସ୍କୁଲର ଇକୋ-କ୍ଲବ ସହଯୋଗ ଅନୁଷ୍ଠିତ ସଭାରେ ସଚେତନତା ସମିତିର ସଭାପତି ତେଜରାଜ ଭୋଇ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ଡ. ସୀମାଞ୍ଚଳ ପଧାନ ବରପାଲି କଲେଜ, ମୁଖ୍ୟ ବକ୍ତା ଭାବରେ ପରିବେଶବିତ୍ତ ଜେଠୁ ଭୋଇ, ସମ୍ମାନିତ ଅତିଥି ଭାବରେ ପୁରନ୍ଦର ନନ୍ଦ ଅବସରପ୍ରାପ୍ତ ଅଧ୍ୟକ୍ଷ ରେଶମ କଲେଜରେ ଯୋଗଦେଇ ପରିବେଶର ସୁରକ୍ଷା ଉପକରିତା ସମ୍ପର୍କରେ ମତବ୍ୟକ୍ତ କରିବା ସହ ମା’ ନାମରେ ଗୋଟିଏ ଗଛ ଲଗାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରବର୍ତ୍ତାଇଥିଲେ । ଶିକ୍ଷକ ଆନନ୍ଦ ଦାସ ଓ ଆଦିକନ୍ଦ ପଧାନ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଶମ୍ଭୁ ପ୍ରସାଦ ଷାଣ୍ଡ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ମୋହନ ଚାନ୍ଦ ପଧାନ ପରିଚୟ ପ୍ରଦାନ କରିଥିଲେ । ଶେଷରେ ବୃନ୍ଦାବନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.