csstore

ଛତ୍ରପୁରରେ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଦାବୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ସଦର ମହକୁମା ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ନିମନ୍ତେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲା ବିଜେପି ଲିଗାଲ ସେଲ୍‌ର ଆବାହକ ପ୍ରଦୀପ କୁମାର ପାଢୀ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶ୍ରୀ ପାଢୀ ଭୁବନେଶ୍ଵର ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସୁପାରିସ କ୍ରମେ ଏହି ସ୍କାରକପତ୍ର ପ୍ରଦାନ କରାଯାଇଛି । ଛତ୍ରପୁରରୁ ଅଳ୍ପ ଦୂରରେ ଆର୍ମି ଏୟାର ଡିଫେନ୍ସ କଲେଜ ଥିବା ଯୋଗୁଁ ସୈନିକ ସ୍କୁଲ ପ୍ରତିଷ୍ଠା ପାଇଁ ଏଠାକାର ପରିବେଶ ଅନୁକୂଳ ରହିଛି । ଆକାଶପଥ, ଜଳପଥ, ଜାତୀୟ ରାଜପଥ, ରଜ୍ୟ-ରାଜପଥ, ଅନୁକୂଳ ଜଳବାୟୁ ବାତାବରଣ ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ସୁବିଧା ଥିବା ଯୋଗୁଁ ଛତ୍ରପୁର ଠାରେ ସୈନିକ ସ୍କୁଲ ପ୍ରତିଷ୍ଠା ହେଲେ ଗଞ୍ଜାମ ଜିଲ୍ଲାର ସବୁ ଅଞ୍ଚଳର ଛାତ୍ରଛାତ୍ରୀ ପାଠପଢ଼ିବାରେ ଉପକୃତ ହୋଇ ହାଇପାରିବେ ବୋଲି ଶ୍ରୀ ପାଢୀ ସ୍ପଷ୍ଟ ଭାବରେ କହିଛନ୍ତି ।

jayashree
Leave A Reply

Your email address will not be published.