csstore

ଡୁଙ୍ଗୁରୀଗୁଡ଼ା ଗ୍ରାମରୁ ଜଣେ ଯୁବତୀଙ୍କ ସହ ଅନ୍ୟ ଜଣେ ନାବାଳିକା ୫ଦିନ ହେଲା ନିଖୋଜ : ଥାନାରେ ମାମଲା ରୁଜ୍ଜୁ, ପ୍ରେମ ସମ୍ପର୍କ ଚର୍ଚ୍ଚା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଟୁପାଉଡାର ପଞ୍ଚାୟତ ଡୁଙ୍ଗୁରୀଗୁଡା ଗ୍ରାମରୁ ଜଣେ ୨୨ ବର୍ଷୀୟା ଯୁବତୀଙ୍କ ସହ ଅନ୍ୟ ଜଣେ ୧୪ ବର୍ଷୀୟା ନାବାଳିକା ଗତ ୫ ଦିନ ଧରି ଏକ ସଙ୍ଗେ ନିଖୋଜ ହୋଇଯାଇଥିବା ନେଇ ଉଭୟ ପରିବାର ଲୋକଙ୍କ ପକ୍ଷରୁ ଅଲଗା ଅଲଗା ମୁରିବାହାଲ ଥାନାରେ ଲିଖିତ ଅଭିଯୋଗ ହୋଇଛି । ନିଖୋଜ ଯୁବତୀ (୨୨)ଙ୍କ ପରିବାର ଲୋକଙ୍କ ଅଭିଯୋଗ ମତେ ସଂପୃକ୍ତ ଯୁବତୀ ଜଣଙ୍କ ଗତ ରବିବାର ଦିନ ଅପରାହ୍ନ ଚାରିଟାରୁ ଘରୁ କେଉଁଆଡେ ଚାଲିଯାଇଥିବା ପରିବାର ଲୋକେ ଜାଣିପାରି ତାଙ୍କୁ ବହୁ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ପରେ ଥାନାରେ ଏକ ନିଖୋଜ ଏତଲା ଦେଇଥିଲେ । ସେହିପରି ସଂପୃକ୍ତ ଯୁବତୀଙ୍କ ସହ ତାଙ୍କର ଜଣେ ସମ୍ପର୍କୀୟ ନାବାଳିକା ଭଉଣୀ(୧୪)ମଧ୍ୟ ସେହି ରବିବାର ଅପରାହ୍ନ ଚାରିଟାରୁ ମଧ୍ୟ ନିଖୋଜ ଥିବା ନେଇ ତାଙ୍କ ପରିବାର ଲୋକେ ଜାଣିପାରି ବହୁ ଖୋଜାଖୋଜି କରିବା ପରେ କୌଣସି ସନ୍ଧାନ ନପାଇବାରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଜଣେ ଯୁବତୀ ଓ ଅନ୍ୟ ଜଣେ ନାବାଳିକା ଏକ ସଙ୍ଗେ ଘରୁ ନିଖୋଜ ହେବାକୁ ନେଇ ବିଭିନ୍ନ ଚର୍ଚ୍ଚା ହେଉଛି । ଏହା ଏକ ପ୍ରେମଜନିତ ଘଟଣା ବୋଲି ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କୁ ଅପହରଣ କରାଯାଇଥିବା ମଧ୍ୟ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ନାବାଳିକାଙ୍କ ନିଖୋଜ ନେଇ ଥାନା କେସ ନ ୨୧୪/୨୪ ଓ ଯୁବତୀଙ୍କ ନିଖୋଜ ନେଇ ଅନ୍ୟ ଏକ ମାମଲା ରୁଜ୍ଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଆଇଆଇସି ସିପୋରା ସରାୟ ଲୁଗୁନ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.