csstore

ତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳୀ ପ୍ରଶିକ୍ଷଣ ଉଦ୍‌ଘାଟିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନର କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ ଯୁଗ ସହତାଳ ମିଳାଇ ଭବିଷ୍ୟତର ଆହ୍ୱାନକୁ ସମ୍ମୁଖୀନ ହେବା ଲକ୍ଷ୍ୟ ନେଇ ନୂତନ ଭାବରେ ହାଇସ୍କୁଲ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କୌଶଳୀ ପାଠ୍ୟକ୍ରମ ସମ୍ପର୍କିତ ପ୍ରଶିକ୍ଷଣ ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବ୍ଲକ ଶିକ୍ଷାଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏହି ସଭାରେ ପାଇକମାଲ୍ ବ୍ଲକ୍ ଶିକ୍ଷାଅଧିକାରୀ ଚୂଡ଼ାମଣି ବାରିକ ମୁଖ୍ୟଅତିଥି ରୂପେ ଯୋଗଦେଇ ପ୍ରଶିକ୍ଷଣ ନେଉଥିବା ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ କୌଶଳୀ ପ୍ରଶିକ୍ଷଣର ଆଭିମୂଖ୍ୟ ସଂପର୍କରେ ସୂଚନା ଦେଇ ଛାତ୍ରଛାତ୍ରୀଙ୍କୁ ଏଥିରେ ଜଡିତ କରିବାକୁ ପରାମର୍ଶ ଦେଇଥିଲେ । ଏହି ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ସାଧନ କର୍ମୀ କେଶବ ଚନ୍ଦ୍ର ମେହେର, ବିକାଶ ରଣା ଉପସ୍ଥିତ ଥିଲେ । ଶିକ୍ଷକ ମାନସ ରଞ୍ଜନ ଶତପଥୀ ସମଗ୍ର କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ । ସଭା ଆରମ୍ଭରୁ ଶ୍ରୀ ଗଣେଶ ଓ ମା’ ସରସ୍ଵତୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ଜଳନ କରାଯାଇଥିଲା ଓ ସ୍କୁଲ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତଗାନ କରିଥିଲେ ।

jayashree
Leave A Reply

Your email address will not be published.