pr

ପାଇକମାଲରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ନୃସିଂହନାଥ ମନ୍ଦିର ପରିସରରେ ଆନ୍ତର୍ଜାତୀୟ ୧୦ତମ ଯୋଗ ଦିବସ ପାଳିତ ହୋଇଯାଇଛି । ଏନେଇ ଅନୁଷ୍ଠିତ ଉଦ୍‌ଘାଟନ ସଭାରେ ବିଡିଓ ପ୍ରଫୁଲ୍ଲ କୁମାର ଓଡୁ ସଭାପତିତ୍ୱ କରିଥିବା ବେଳେ ପଦ୍ମପୁର ଏଡିଏମ୍‌ ଚୌହାନ କୁମାର ମୋତିରାମ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗ ଦିବସକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଭକ୍ତ ଚରଣ ସାହୁ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଭାବନା ସିଂ, ସୁରେନ୍ଦ୍ର ପ୍ରତାପ ସିଂ, ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତଙ୍କୁ ନିରୋଗ ହୋଇ ସୁସ୍ଥ ଜୀବନ ଯାପନ ସହ ଦୀର୍ଘାୟୁ ହୋଇ ବଂଚିବା ପାଇଁ ଯୋଗ ପ୍ରାଣାୟାମ ପ୍ରତିଦିନ କରିବାକୁ ଆହ୍ୱାନ କରିଥିଲେ । ସଭାକୁ ଯୋଗ ଶିକ୍ଷକ ବଡ ଶତପଥି ପରିଚାଳନା କରିଥିବାବେଳେ ଯୋଗ ଶିକ୍ଷକ ତ୍ରିଲୋଚନ ଭୋଇ, ଭୁବନେଶ୍ୱର ସାହୁ, ତଥା କନ୍ୟା ଗୁରୁକୁଳ ଆଶ୍ରମର ଯୋଗେଶ୍ୱରୀ ପଟେଲ ଓ ସ୍ମୃତି ସାହୁ ଷ୍ଟେଜରେ ଉପସ୍ଥିତ ରହି ସମସ୍ତଙ୍କୁ ଯୋଗ ଶିଖାଇ ଥିଲେ । ପାଇକମାଲର ବିଭିନ୍ନ ସ୍କୁଲ, କଲେଜ, ଅନୁଷ୍ଠାନ ମାନଙ୍କରୁ ପ୍ରାୟ ୫୦୦ ଜଣ ଛାତ୍ରଛାତ୍ରୀ, ମହିଳା, ପୁରୁଷ, ବୟୋଜ୍ୟେଷ୍ଠ ବ୍ୟକ୍ତି ଏଥିରେ ଅଂଶ ଗ୍ରହଣ କରିଥିଲେ । ସର୍ବୋପରି ନୃସିଂହନାଥ ଗୁରୁକୁଳ ଯୋଗାଶ୍ରମ ଓ କନ୍ୟା ଗୁରୁକୁଳ ଆଶ୍ରମରୁ ସାରଦା ମେଡମଙ୍କ ତତ୍ୱାବଧାନରେ ୧୧୦ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ପାଇକମାଲ ବିଡ଼ିଓ ଓଡୁ ଶେଷରେ ସମସ୍ତଙ୍କୁ ଯୋଗ ପ୍ରାଣାୟାମ କରିବାକୁ ଶପଥ ପାଠ କରାଇଥିଲେ । ଶେଷରେ ଅତିଥିମାନେ ଉପସ୍ଥିତ ଯୋଗ ଶିକ୍ଷାର୍ଥୀଙ୍କୁ ସାଟିଫିକେଟ ପ୍ରଦାନ କରିଥିଲେ । ଏଥିରେ ବ୍ଲକର ପ୍ରାୟ ସମସ୍ତ କର୍ମଚାରୀ, ନୃସିଂହନାଥ ମନ୍ଦିର କର୍ମଚାରୀ ସହଯୋଗ କରି ଆଜିର ଯୋଗ ଦିବସକୁ ସରସ ସୁନ୍ଦର କରିଥିଲେ । ଶେଷରେ ସମସ୍ତଙ୍କୁ ପାଇକମାଳ ବିଡ଼ିଓ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ପାଇକମାଲ ବ୍ଳକ ଅନ୍ତର୍ଗତ ମାଣ୍ଡୋସିଲ ସ୍ନାତକ ମହା ବିଦ୍ୟାଳୟର ଅଧ୍ୟକ୍ଷ ବିନୟ ରଂଜନ ପଣ୍ଡାଙ୍କ ସଭାପତିତ୍ୱରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ସଭାରେ ମାଣ୍ଡୋସିଲ ସ୍ୱାସ୍ଥ୍ୟ କେନ୍ଦ୍ରର ଆୟୁଷ ବିଭାଗର ମୁଖ୍ୟ ଡାକ୍ତର ଅନିତା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଗର ଉପକାରିତା ଓ ସୁସ୍ଥ ସମାଜ ଗଠନ ପାଇଁ ଯୋଗର ଆବଶ୍ୟକତା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିବାବେଳେ ଅନ୍ୟତମ ଅତିଥି ଭାବେ ଯୋଗ ଶିକ୍ଷକ ପିତବାସ ରାଉତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ସମ୍ପର୍କରେ କହିଥିଲେ । ଜାତୀୟ ସ୍ୱାସ୍ଥ୍ୟ ଯୋଜନା ଅଧିକାରୀ ଅଧ୍ୟାପକ ସୁମିତାବ ନାୟକ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ କୃଷ୍ଣଚନ୍ଦ୍ର ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଇଂରାଜୀ ବିଭାଗ ମୁଖ୍ୟ ନିରାକାର ରାଉତ, ଓଡ଼ିଆ ବିଭାଗ ମୁଖ୍ୟ ସନ୍ତୋଷ ସିଂ ଠାକୁର, ଶିକ୍ଷା ବିଭାଗ ମୁଖ୍ୟ ବିଜୟ କୁମାର ମେହେର, ଅନ୍ୟତମ ଅଧ୍ୟାପକ ପୁଷ୍ପକାନ୍ତ ସାହୁ, ଅଧ୍ୟାପକ ଦେବକାନ୍ତ ନାୟକ, ଅଧ୍ୟାପକ ଅମରେଶ ଠାକୁର, ଅଧ୍ୟାପିକା ସସ୍ମିତା ସରିଆ, ଅଧ୍ୟାପିକା ବବିତା ମଲ୍ଲିକ, ରୋହିତ ପ୍ରଧାନ, ଗୁରୁ ଚରଣ ବଣ୍ଡା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଯୋଗ ଶିକ୍ଷକ ପିତବାସ ରାଉତ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାରର ଯୋଗ ଶିଖାଇ ଥିଲେ ।

nrusinghnath
Leave A Reply

Your email address will not be published.