ପାଣିରେ ଭାସୁଛି ଧାନ ମଣ୍ଡି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗ୍ରୀଷ୍ମ ଋତୁରେ ଚାଷୀ ଭୀଷଣ ଖରା ଗୁଳୁଗୁଳିରେ ମୁଣ୍ଡଝାଲ ତୁଣ୍ଡରେ ମାରି ଚାଷ କରିଥାଏ । ଧାର କରଜ ଋଣ କରି‌‌ ବିହନ, ସାର୍, ଔଷଧ ପାଇଁ ଖର୍ଚ୍ଚ କରିଥାଏ । ସବୁ ଖର୍ଚ୍ଚ ପରିବାର ପ୍ରତିପୋଷଣ କରିବାପାଇଁ ନିଜ ଧାନକୁ ସରକାରୀ ଧାନ ମଣ୍ଡିରେ‌ ବିକ୍ରୀ କରିବା ପାଇଁ ନେଇ ଥାଏ । କିନ୍ତୁ ସରକାରୀ ବାବୁମାନଙ୍କ ଅବହେଲାରୁ ‌ମଣ୍ଡିର‌ ଧାନ, ବର୍ଷା ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଏହା ଓଡ଼ିଶାର ଶେଷ ସୀମାରେ ଥିବା ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଡଭା ଧାନ ମଣ୍ଡିରେ । ଚାରି, ପାଞ୍ଚ ହଜାର ପକେଟ ଧାନ, ଡଭା ମଣ୍ଡିରେ ଧାନ ପଡ଼ିରହିଛି । ଚାଷୀ ମଣ୍ଡିରେ ଧାନ ପଡ଼ିବାର ବହୁ ଦିନ‌ ବିତିଯାଇଥିଲେ ମଧ୍ୟ ମଣ୍ଡିରୁ ଶିଘ୍ର ଧାନ ଉଠିବା ପାଇଁ ଟ୍ରକ୍‌ ଲାଗୁନଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି । ପ୍ରଶାସନର‌ ଅବହେଲା ଯୋଗୁଁ ଆଜି ଡଭା ଧାନ ମଣ୍ଡିରେ ଚାଷୀଙ୍କ ଧାନ ପାଣିରେ ଭାସୁଥିବାର ଦେଖିବାକୁ ମିଳିଛି । ଡଭା ଧାନ ମଣ୍ଡିରୁ ଚାଷୀଙ୍କ ଧାନ ଶିଘ୍ର ନଉଠିଲେ ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.