oom

ସ୍ଵର୍ଗତଃ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସ୍ତରୀୟ ବାର୍ଷିକ ସାଧାରଣ ସଭା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ପଞ୍ଚାୟତ ଅନ୍ତର୍ଗତ ବିକ୍ରମନଗର ଠାରେ ସମାଜସେବୀ କ୍ଷେତ୍ରୀ ଲୁହାରଙ୍କ ସଭାପତିତ୍ବରେ ସ୍ଵର୍ଗତ ରାଏଧର ଲୁହାରଙ୍କ ୧୬ତମ ସ୍ମୃତି ସଭା ଓ ଲକ୍ଷେ ଘର ଗଣ୍ଡାସମାଜ ବ୍ଲକ ସ୍ତରୀୟ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ସ୍ଵର୍ଗତ ଲୁହାରଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ୍ ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ସଭାକୁ ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଲିତ ଜଗତ ସୁନ୍ଦର ଭାବରେ ପରିଚାଳନା କରିବା ସହିତ ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭିକ ସଙ୍ଗୀତ ସ୍ଵର୍ଗତ ରାଏଧର ଲୁହାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗାନ କରିଥିଲେ ସଂଚାର ବାହକ ଗଣେଶ ସୁନା । ସଭାପତିଙ୍କ ନିର୍ଦ୍ଦେଶ ଅନୁସାରେ ଜଣ ପରେ ଜଣ ସ୍ଵର୍ଗତ ଲୁହାରଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଦ୍ଵିତୀୟ ପର୍ୟ୍ୟାୟରେ ଲକ୍ଷେ ଘର ଗଣ୍ଡା ସମାଜ ବ୍ଳକ ସ୍ତରୀୟ ସାଙ୍ଗଠନିକ ବିଷୟରେ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ପଞ୍ଚାୟତରେ ସାଂଗଠନିକ କାର୍ୟ୍ୟକର୍ତ୍ତା ଚୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସ୍ଵର୍ଗତ ଲୁହାରଙ୍କ ଏକମାତ୍ର ସୁପୁତ୍ର କ୍ଷେତ୍ରୀ ଲୁହାର ଘୋଷଣା କରିଥିଲେ ଯେ ପ୍ରତ୍ୟେକ ବର୍ଷ ଲକ୍ଷେ ଘର ଗଣ୍ଡା ସମାଜର ଜଣେ ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚତର ଶିକ୍ଷା ନିମନ୍ତେ ଏଡମିସନ୍ ଖର୍ଚ୍ଚ ବହନ କରିବେ, ଯାହାକି ଅତ୍ୟନ୍‌ନ୍ତ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସମସ୍ତେ କହିଥିଲେ । ତାଙ୍କର ନିଜସ୍ୱ ହାତରେ ୬ ଜଣଙ୍କୁ ବିଭିନ୍ନ କ୍ଷେତ୍ରରେ ସ୍ଵର୍ଗତ ରାଏଧର ଲୁହାରଙ୍କ ସ୍ମୃତି ସମ୍ମାନ-୨୦୨୧ ପ୍ରଦାନ କରାଯାଇଥିଲା । ଶିକ୍ଷା କ୍ଷେତ୍ରରେ ମେଧାବୀ ଛାତ୍ର ଭାବେ ଡଲଫିନ ସୁନା, ସମାଜସେବା କ୍ଷେତ୍ରରେ ଦେବାର ଛତର, ଆଦର୍ଶ ଶିକ୍ଷକ ଭାବେ ମଣି ମହାନନ୍ଦ, ରାଜନୈତିକ କ୍ଷେତ୍ରରେ ସଫଳ ପୂର୍ବତନ ସରପଞ୍ଚ ଭାବେ ଦୁଃଶାସନ କୁମ୍ଭାର, କୃଷି କ୍ଷେତ୍ରରେ ନବଘନ ତାଣ୍ଡି ଓ କଳା କ୍ଷେତ୍ରରେ ନାଟ୍ୟରତ୍ନ ପ୍ରାପ୍ତ ନାଟ୍ୟକାର ତଥା ନିର୍ଦ୍ଦେଶକ ଲଲିତ ଜଗତଙ୍କୁ ମାନପତ୍ର, ଉପଢୌକନ ଓ ପୁଷ୍ପମାଲ୍ୟ ଦେଇ ସମ୍ମାନିତ କରାଯାଇଥିଲା । ସଭାରେ ୨୨ ଟି ପଞ୍ଚାୟତର ବରିଷ୍ଠ କାର୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ । ସଭାରେ ଆବାହକ କମିଟିର ଯୁଧିଷ୍ଠିର ଚାନ୍ଦ, ଦେବାର ଛତର, ଗଣେଶ ସୁନା, ମୋହନ ଜଗତ, ଦୁଃଶାସନ କୁମ୍ଭାର, ଲଲିତ ଜଗତ, ରମେଶ ଦୀପ ଓ ଆଦି ସୁନା ସହଯୋଗ କରିଥିଲେ । ଶେଷରେ ମଣି ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.